banner
Breaking

ବିଏମସି ପକ୍ଷରୁ କିଶୋର ମଟନ ଦୋକାନ ଉଚ୍ଛେଦ

0

ଭୁବନେଶ୍ୱର : ରାଜଧାନୀର ପ୍ରସିଦ୍ଧ କିଶୋର ଭାଇନାଙ୍କ ମଟନ ହୋଟେଲ ଶୁକ୍ରବାର ମାଟିରେ ମିଶିଛି। ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମ୍‌ସି ପକ୍ଷରୁ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଏମ୍‌ସି ପକ୍ଷରୁ ବୁଧବାର ଦୋକାନ ସିଲ୍‌ କରାଯାଇଥିବା ବେଳେ ଗୁରୁବାର ପୁଣି ଦୋକାନ ଖୋଲିଥିଲେ ମାଲିକ। ତେବେ ଆଜି ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି।

ସୂଚନାଯୋଗ୍ୟ, ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନାଙ୍କ ହୋଟେଲରେ ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଥିଲା। ବାସି ଖାଦ୍ୟ ପରସା ଯିବା ସହ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଖାଦ୍ୟରେ ରଙ୍ଗ ମିଶା ଯାଉଥିଲା। ଅଭିଯୋଗକୁ ଭିତ୍ତିକରି ବିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇ ଦୋକାନର ଲାଇସେନ୍ସ ବାତିଲ କରିବା ସହ ଜରିମାନା ମଧ୍ୟ କରାଯାଇଥିଲା। କିନ୍ତୁ ଗତକାଲି ଦୋକାନ ଖୋଲି ଗ୍ରାହକଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଆଜି ଦୋକାନକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.