banner
Breaking

ଚନ୍ଦୁ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟା ମାମଲାରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତା ରଞ୍ଜୁ ନାୟକ (୨୯) ଓ ତାଙ୍କ ଦ୍ୱିତୀୟ ସ୍ବାମୀ କାହ୍ନା ନାୟକ(୨୮)ଙ୍କୁ ଗଞ୍ଜାମରୁ ପୋଲିସ ଗିରଫ କରିଛି। ବୁଧବାର ଅଭିଯୁକ୍ତଦ୍ୱୟଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ରଞ୍ଜୁଙ୍କ ନାଁରେ ସ୍ଥାନୀୟ ଥାନାରେ ନିଶା କାରବାର ସମେତ ୨ଟି ମାମଲା ରହିଛି। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଦ୍ୱୟଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ଏଥିସହ ତଦନ୍ତବେଳେ ପୋଲିସ ବହୁ ତଥ୍ୟ ହାସଲ କରିଛି।

Khansweb Solution Bhubaneswar

Leave A Reply

Your email address will not be published.