banner
Breaking

ମହିମା ମିଶ୍ରଙ୍କ ଘରେ ସିବିଆଇ

0

ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଏବଂ ଅଫିସରେ ଗୁରୁବାର ସିବିଆଇ ଚଢ଼ାଉ କିରଛି। କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।

କଟକ ଓଡ଼ିଆ ବଜାରସ୍ଥିତ ମହିମାଙ୍କ ଘର ଓ ଲିଙ୍କ୍‌ ରୋଡସ୍ଥିତ ଓଏସ୍‌ଏଲ୍‌ ଅଫିସ୍‌ରେ ୨ଟି ଟିମ୍‌ ଚଢ଼ାଉ କରିଛନ୍ତି। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଓଡ଼ିଆ ବଜାରସ୍ଥିତ ଘରେ ମହିମା ମିଶ୍ର ଓ ତାଙ୍କ ୨ ପୁଅ ଥିବା ଜଣାଯାଇଛି।
ସେହିପରି ପାରାଦୀପ ବନ୍ଦର ଚିଫ୍‌ ଇଲେକ୍ଟ୍ରିକାଲ ମେକାନିକାଲ ଇଞ୍ଜିନିୟର(ସିଇଏମ୍‌ଇ)ମୁଖ୍ୟ ସରୋଜ କୁମାର ଦାସ ଓ ତାଙ୍କର ଜଣେ ସହଯୋଗୀ କଣ୍ଟାକ୍ଟ ଓ୍ବାର୍କର ସୁମନ୍ତ ରାଉତଙ୍କୁ ଗୁରୁବାର ପୂର୍ବାହ୍ନରେ ସିବିଆଇ ନିଜ ହେପାଜତକୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ବନ୍ଦର ପ୍ରଶାସନିକ ଭବନର ସିଇଏମ୍‌ଇ ବିଭାଗ, ଓଏସ୍‌ଏଲ(ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍‌),କେସିଟି (କରମଚାନ୍ଦ ଥାପର )କମ୍ପାନୀରେ ମିଳିତ ଭାବେ ଚଢ଼ାଉ ଜାରି ରହିଛି। ପ୍ରାଥମିକ ସୂଚନାନୁଯାୟୀ, ଓଏସ୍‌ଏଲର ଜଣେ କର୍ମଚାରୀଙ୍କଠାରୁ ଇଞ୍ଜିନିୟର ସରୋଜ ଦାସ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଜବତ କରିଛି। ମଧୁବନସ୍ଥ ୧୦୦ ଏମ୍‌ଏମ୍‌ଟି ଅତିଥି ଭବନରେ ସରୋଜ ଓ ସୁମନ୍ତଙ୍କୁ ଜେରା କରାଯାଇଛି। ରିପୋର୍ଟ ଲେଖା ହେବା ସୁଦ୍ଧା ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ସୂଚନାଯୋଗ୍ୟ, ପାରାଦୀପ ସିଓ୍ବେଜ୍‌ ଶିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ ବ୍ୟାଙ୍କକର ଏକ ହୋଟେଲରୁ ଗିରଫ କରିଥିଲା। ଏହାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା

Khansweb Solution Bhubaneswar

Leave A Reply

Your email address will not be published.