banner
Breaking

ରାଜଧାନୀରେ ଫୁଟିଲା ବୋମା

0

ଭୁବନେଶ୍ୱର: ଅଶାନ୍ତ ହୋଇପଡ଼ିଛି ରାଜଧାନୀ । ଭୁବନେଶ୍ୱରରେ ପୁଣି ଫୁଟିଲା ବୋମା । ଗତକାଲି ବିଳମ୍ବିତ ରାତିରେ ପଳାଶୁଣୀ ଜଗନ୍ନାଥ ବିହାରରେ ଥିବା ନିର୍ମାଣାଧୀନ ଆପାର୍ଟମେଣ୍ଟ ଉପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ସେମାନେ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇ ନାହିଁ ।

ଗତକାଲି ରାତି ପାଖାପାଖି ୧୧ଟା ବେଳେ ବୋମାମାଡ଼ ହୋଇଥିଲା । ଆପାର୍ଟମେଣ୍ଟରେ ଥିବା ସୁରକ୍ଷାକର୍ମୀଙ୍କ କହିବା ଅନୁସାରେ ବାଇକରେ ୨ ଜଣ ଦୁର୍ବୃତ୍ତ ଆସିଥିଲେ । ବୋମାମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ସେମାନେ ।

ବୋମାମାଡ଼ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପାଚେରୀ ନିର୍ମାଣକୁ ନେଇ ବିବାଦରୁ ବୋମାମଡ଼ ହୋଇଥିବା ସନ୍ଦେହ କରାଯାଉଛି । ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିଛି ।

Khansweb Solution Bhubaneswar

Leave A Reply

Your email address will not be published.