banner
Breaking

ନନ୍ଦିନୀଙ୍କ ନାମରେ ଋଜୁ ହେଲା ମାମଲା

0

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ସର୍ବସମ୍ମୁଖରେ ସ୍ବାମୀ ବଳରାମ ସାହୁଙ୍କୁ ଚାପୁଡ଼ା ମାରି ଫେରାର ହୋଇଯାଇଥିବା ନବବଧୂ ନନ୍ଦିନୀଙ୍କ ନାଁରେ ଭରତପୁର ଥାନା ପୋଲିସ ଗୁରୁବାର ଠକେଇ(ଦଫା ୪୨୦)ରେ ଏକ ମାମଲା (ନଂ. ୧୯୨/୨୨) ରୁଜୁ କରି ତଦନ୍ତ ଚଳାଇଛି। ବଳରାମ ଭରତପୁର ଥାନା ଅଞ୍ଚଳରେ ରୁହନ୍ତି। ଗତ ୧୨ତାରିଖରେ ପୁରୀ ଜିଲା ପିପିଲି ଅଞ୍ଚଳର ନନ୍ଦିନୀ ନାମ୍ନୀ ଯୁବତୀଙ୍କୁ ସେ ବିବାହ କରିଥିଲେ। ସେହି ରାତିରେ ନନ୍ଦିନୀ ବିବସ୍ତ୍ର ହୋଇ କାହା ପାଖକୁ ଭିଡିଓ କଲିଂ କରୁଥିବା ସେ ଦେଖିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ୧୩ ତାରିଖରେ ନନ୍ଦିନୀ ମନ୍ଦିର ଯିବାକୁ କହିଥିଲେ। ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚତ୍ବା ପରେ ସେଠାରୁ ସେ ବାପଘର ଲୋକଙ୍କ ସହ ଚାଲିଯିବାକୁ ଚେଷ୍ଟା କରିଥିଲେ। ଏହାକୁ ବଳରାମ ଅଟକାଇବାରୁ ନନ୍ଦିନୀ ଏବଂ ତାଙ୍କ ପରିବାର ଲୋକେ ନିସ୍ତୁକ ମାଡ଼ ମାରି ଝିଅକୁ ନେଇ ଚାଲିଯାଇଥିଲେ। ଏହାପରେ ଘଟଣା ସଂକ୍ରାନ୍ତରେ ବଳରାମ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ପରେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭରତପୁର ପୋଲିସ ମାମଲା ରୁଜୁ କରିଛି।

Khansweb Solution Bhubaneswar

Leave A Reply

Your email address will not be published.