banner
Breaking

ରକ୍ତମୁଖା ହେଲା ପୋଲିସ। ଏଥର ଚୋରଙ୍କୁ ନିସ୍ତାର ନାହିଁ। ଚକରା ବାରିକକୁ ଏନକାଉଣ୍ଟର

0

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜଧାନୀରେ ଦୀର୍ଘ ଦିନ ଧରି ଚୋର ପୋଲିସକୁ ନାକରେ ପାଣି ପିଆଇ ସାରିବା ପରେ ପୋଲିସର ନିଦ ଭାଙ୍ଗିଛି। ଚୋରଙ୍କୁ କଡାକଡି ଜବାବ ଦେବା ପାଇଁ ରକ୍ତମୁଖା ହୋଇଛି ପୋଲିସ। ଏଥର ଚୋରଙ୍କୁ ଆଉ ନିସ୍ତାର ନାହିଁ। ଆଜି ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ। ବୁଧବାର ମଧ୍ୟରାତ୍ରରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ହୋଇଥିବା ଏନକାଉଣ୍ଟରରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ପୁଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଚକରାଙ୍କୁ ଧରିବାକୁ ଯାଇଥିଲେ। ଚକରା ଓ ତାଙ୍କ ସହଯୋଗୀ ପୋଲିସକୁ ଦେଖି ଗୁଳି ଚଳାଇବା ସହ ବୋମାମାଡ଼ କରିଥିଲେ। ଏହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ଚକରା ଆହତ ହୋଇଥିବା ବେଳେ ୨ ପୋଲିସ ଅଧିକାରୀ ବି ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ଏକ କାର୍‌ ଜବତ ହୋଇଛି। ଅପରପକ୍ଷେ ଫେରାର ହୋଇଥିବା ଚକରାଙ୍କ ସହଯୋଗୀଙ୍କୁ ପୋଲିସ ଖୋଜୁଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.