banner
Breaking

ପଡିଆରୁ ମିଳିଲା ମହିଳାଙ୍କ ମୃତ ଦେହ

0

ଫୁଲନଖରା,୫।୪:(ବ୍ୟୁରୋ): କଟକ ସଦର ଥାନା ଅଧୀନ ଅରିଲୋ ମେଳନ ପଡ଼ିଆରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ ଅରିଲୋ ଗ୍ରାମର ହେମଲତା ପାଣିଗ୍ରାହୀ(୫୧)।

ମିଳିଥିବା ସୂଚନା ମୁତାବକ, ହେମଳତାଙ୍କ ସ୍ବମୀ ଭୀମସେନ ପାଣିଗ୍ରାହୀ ଓ ପୁଅ ବିକାଶ ପରିବା ବ୍ୟବସାୟ କରି ସୋମବାର ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ହେମଲତା ଘରେ ନ ଥିବାରୁ ଖୋଜା ଖୋଜି କରିଥିଲେ। ପରେ ଘର ନିକଟସ୍ଥ ମେଳନ ପଡ଼ିଆର ଏକ ବୁଦା ମୂଳେ ହେମଲତାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ମା’ଙ୍କୁ କେହି ହତ୍ୟା କରିଥିବା ନେଇ ପୁଅ ବିକାଶ ଥାନାରେ ଏକ ଅଭିଯୋଗ କରିଛନ୍ତି ।

ଖବର ପାଇ ସଦରଥାନା ଆଇଆଇସି ସୁଧାଂଶୁ ଭୂଷଣ, ଜୋନ-୪ ଏସିପି ଚନ୍ଦନ ଘଡେଇ, ଏସ୍‌ଆଇ ବବିତା ସାହୁ, ମୁରଲୀଧର ସାହୁ, ହରିଶଙ୍କର ଭୋଇ ଏବଂ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ମୃତଦେହ ଜବବ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ୩ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି। ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.