banner
Breaking

ନକଲି ଡାକ୍ତରଙ୍କ ଅସଲି ସ୍ତ୍ରୀ ଗିରଫ

0

ଭୁବନେଶ୍ୱର,୫।୪(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଅସଲି ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତୀର୍କିକୁ ଝାଡଖଣ୍ଡରୁ କମିଶନରେଟ ପୋଲିସ ଗିରଫ କରିଛି। ଠକେଇ ମାମଲାରେ କମଳା ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଛି । କମଳା ପାରାଦୀପରେ ଡାକ୍ତରାଣୀ ଥିଲେ । ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା ଚାଲିଛି। ରମେଶଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ ପୋଲିସ କମଳାଙ୍କ ବିରୋଧରେ ପ୍ରମାଣ ପାଇଥିଲା ।
ସୂଚନାଯୋଗ୍ୟ, କମିଶନରେଟ ପୋଲିସ ‘ଶାଦି ଡଟ୍‌ କମ୍‌’କୁ ଚିଠି ଲେଖିଥିଲା। ଚିଠିରେ ରମେଶଙ୍କର ଆକାଉଣ୍ଟ ଡିଲିଟ କରିବାକୁ ଉଲ୍ଲେଖ କରାଯାଇଥିଲା। ସେହିପରି ‘ଶାଦି ଡଟ୍‌ କମ୍‌’ରେ ରମେଶ କେତୋଟି ଆକାଉଣ୍ଟ ଖୋଲିଛନ୍ତି , ସେନେଇ ପୋଲିସ ତଥ୍ୟ ମଧ୍ୟ ମାଗିଛି ।

Khansweb Solution Bhubaneswar

Leave A Reply

Your email address will not be published.