banner
Breaking

ରାଜଧାନୀରେ ପୁଣି ମାତିଲେ ଏଟିଏମ୍ ଲୁଟେରା

0

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜଧାନୀରେ ପୁଣି ମାତିଲେ ଏଟିଏମ୍‌ ଲୁଟେରା। ସୋମବାର ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଇନ୍ଦିରାକଲୋନୀ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଟଙ୍କା ନ ବାହାରିବାରୁ ଏଟିଏମ୍‌ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇ ଯାଇଥିଲେ ଦୁର୍ବୃତ୍ତ । ପରେ ମେସିନ୍‌ କାଟି ଟଙ୍କା ନେଇ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଥିବା ଜଣାପଡିଛି। ସେପଟେ ଏଟିଏମ୍‌ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Khansweb Solution Bhubaneswar

Leave A Reply

Your email address will not be published.