banner
Breaking

ଭାଜପା ନେତାଙ୍କ ଉପରେ ବିଜେଡି ଆଣିଲା ହତ୍ୟା ଅଭିଯୋଗ

0

ଭୁବନେଶ୍ୱର,୨୩।୨(ବ୍ୟୁରୋ):  ଭାଜପା ନେତାଙ୍କ ବିରୋଧରେ ବିଜେଡି ହତ୍ୟା ଅଭିଯୋଗ ଆଣିଛି । ଭଦ୍ରକ ଜିଲା ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗୀର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତଙ୍କୁ ରାଜନୈତିକ ଆକ୍ରୋଶ ଯୋଗୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ପ୍ରତାପ ସୋମବାର ରାତିରେ ଘରକୁ ଯାଉଥିବା ବେଳେ କେତେକ ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରତାପଙ୍କୁ କେତେକ ଭାଜପା ନେତା ହତ୍ୟା କରିଥିବା ବିଜେଡି ଅଭିଯୋଗ କରିଛି।
ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୁଖ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏହି ହତ୍ୟାକାଣ୍ଡ ସମୟରେ ଉପସ୍ଥିତ ଥିବା ବିଜେଡି ଅଭିଯୋଗ କରିଛି। ତୁରନ୍ତ ମନମୋହନଙ୍କୁ ଗିରଫ କରିବାକୁ ବିଜେଡି ଦାବି କରିଛି। ମନମୋହନଙ୍କ ସମ୍ପୃକ୍ତି ନେଇ ଭିଡିଓ ଓ ପ୍ରମାଣ ପୋଲିସକୁ ଦିଆଯିବ ବୋଲି ବ୍ୟୋମକେଶ କହିଛନ୍ତି। ଏ ନେଇ ବିଜେଡିର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ପ୍ରରୋଚନାରେ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି। ପଞ୍ଚାୟତ ନିର୍ବାଚନ ହାରିବା ଭୟରେ ଭାଜପା ନେତା ଓ କର୍ମୀମାନେ ହିଂସାକୁ ଆପଣାଇଛନ୍ତି। ଗତ ଫେବୃୟାରୀ ୧୪ ତାରିଖରେ ଗଜପତି ଜିଲା ଗୋଷାଣି ବ୍ଲକର ଶ୍ରଦ୍ଧାପୁର ପଞ୍ଚାୟତର ଜଣେ ବିଜେଡି ସମର୍ଥକ ସରପଞ୍ଚ ପ୍ରାର୍ଥୀଙ୍କୁ ଭାଜପା ନେତା ଓ ତାଙ୍କ ସମର୍ଥକ ମରଣାନ୍ତକ ଆକ୍ରମଣ କରିଥିଲେ। ଫେବୃୟାରୀ ୨୦ ତାରିଖରେ ଯାଜପୁର ଜିଲାର ବିଞ୍ଝାରପୁରରେ ଜଣେ ଖବରଦାତାଙ୍କୁ ଭାଜପା ନେତା ଓ ସମର୍ଥକ ଆକ୍ରମଣ କରିଥିଲେ। ହିଂସାକାଣ୍ଡରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧି ଦଳ ଦାବି କରିଛି।

Khansweb Solution Bhubaneswar

Leave A Reply

Your email address will not be published.