banner
Breaking

ଭିଜିଲାନ୍ସ ଜାଲରେ ନରସିଂହପୁର ଆଇଆଇସି

0

ନରସିଂହପୁର,୭ା୨(ବ୍ୟୁରୋ): ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି କଟକ ଜିଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ। ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଥିଲେ। ତେବେ ଆଇଆଇସିଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ ଚାଲିଛି। ଏଥିରେ ଜଣେ ଡିଏସ୍‌ପି, ଚାରିଜଣ ଇନ୍ସପେକ୍ଟରଙ୍କ ସହିତ ୮ ଜଣିଆ ଟିମ୍‌ ସାମିଲ ଅଛନ୍ତି। ଏକ ମାମଲାର ଫଇସଲା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଆଇଆଇସିଙ୍କୁ ଧରିଥିଲା ଭିଜିଲାନ୍ସ।

Khansweb Solution Bhubaneswar

Leave A Reply

Your email address will not be published.