banner
Breaking

ଗିରଫ ହେଲେ କାଳିଚରଣ

0

ରାୟପୁର,୩୦ ।୧୨: ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣି ଦେଇଥିବା କାଳିଚରଣ ମହାରାଜଙ୍କୁ ଶେଷରେ ପୋଲିସ ଗିରଫ କରିଛି । ରାୟପୁର ପୋଲିସ ତାଙ୍କୁ ମଧ୍ୟପ୍ରଦେଶର ଖୁଜରାହୋରୁ ଗିରଫ କରିଛି । କାଳିଚରଣଙ୍କ ବିରୋଧରେ ଛତିଶଗଡ଼ଠାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ମାମଲା ଦାୟର କରାଯାଇଛି । ମହାରାଷ୍ଟ୍ର ପୋଲିସ କିଛିଦିନ ହେବ କାଳିଚରଣଙ୍କୁ ଖୋଜୁଥିଲା । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନ୍‌ସିପି ନେତା ଜିତେନ୍ଦ୍ର ଆହୱାଡ କାଳିଚରଣ ମହାରାଜଙ୍କ ନାଁରେ ଠାଣେ ପୋଲିସରେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ନିଜକୁ କାଳିପତ୍ର କହୁଥିବା କାଳିଚରଣ ରାୟପୁର ଧର୍ମ ସଂସଦରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ଅପଶବ୍ଦ କହିଥିଲେ । ଏହାପରେ ୨୭ ଡିସେମ୍ବରରେ ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୮ ମିନିଟ ୫୧ ସେକେଣ୍ଡର ଏକ ଭିଡିଓ ଜାରି କରିଥିଲେ । ଏଥିର ସେ କହିଥିଲେ ମାହାତ୍ମା ଗାନ୍ଧୀଙ୍କୁ ନେଇ ସେ ଯେଉଁ ଅପଶବ୍ଦ କହିଥିଲେ ସେଥିରେ ତାଙ୍କର କୌଣସି ଅବଶୋଷ ନାହିଁ । ସେ କହିଥିଲେ ଗାନ୍ଧିଙ୍କୁ ନାଥୁରାମ ଗଡସେ ହତ୍ୟା କରିବା ଉଚିତ ଥିଲା ।

Khansweb Solution Bhubaneswar

Leave A Reply

Your email address will not be published.