banner
Breaking

ପୁଣି ନାବାଳିକା ବଳତ୍କାର

0

ମୁମ୍ବାଇ,: ମହାରାଷ୍ଟର ବିଡ ଅଞ୍ଚଳରେ ଏକ ଅଭାବନୀୟ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକା ବିବାହିତା ଯୁବତୀଙ୍କୁ ଦୀର୍ଘ ୬ମାସ ଧରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ୪୦୦ ଜଣ ଗଣବଳାତ୍କାର କରିଥିବା ଘଟଣା ସାମ୍ନାକୁ ଆସିଛି । ଏବେ ନାବାଳିକା ଜଣଙ୍କ ୨ ମାସର ଗର୍ଭବତୀ ଥିବା ଜଣାପଡିଛି।

ସୂଚନାଯୋଗ୍ୟ, ସମ୍ପୃକ୍ତ ନାବାଳିକାଙ୍କ ମା’ ଦୁଇ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ତାଙ୍କ ବାପା ୮ ମାସ ତଳେ ଝିଅର ବିବାହ କରିଦେଇଥିଲେ। ବିବାହର କିଛି ଦିନ ପରେ ଶାଶୂଘର ଲୋକେ ତାଙ୍କ ସହ ମାରପିଟ୍‌ କରିଥିଲେ। ପରେ ଯୁବତୀ ଜଣଙ୍କ ବସ୍‌ ଷ୍ଟାଣ୍ଡ୍‌ରେ ଭିକ ମାଗିଥିଲେ। ଏହି ସମୟରେ ସେ ଗଣବଳାତ୍କାରରେ ଶିକାର ହୋଇଥିଲେ।
ସେ ଏ ନେଇ ଅନେକ ଥର ସେ ଥାନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନ ଥିଲା। ଗତ ସପ୍ତାହରେ ବିଡ ପୋଲିସ ଏ ନେଇ ଚାଇଲ୍ଡ ମ୍ୟାରେଜ ଆକ୍ଟ, ଦୁଷ୍କର୍ମ, ନିର୍ଯାତନା ଏବଂ ପୋସ୍କୋ ଆକ୍ଟ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Khansweb Solution Bhubaneswar

Leave A Reply

Your email address will not be published.