banner
Breaking

ପାଟଣା ସିରିଏଲ ବିସ୍ଫୋରଣ ଘଟଣାରେ ୪ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ।

0

ପାଟନା,୧।୧୧: ୨୦୧୩ ପାଟଣାର ଗାନ୍ଧୀ ମୈଦାନ ସିରିଏଲ ବିସ୍ଫୋରଣ ମାମଲାରେ ସ୍ବତନ୍ତ୍ର ଏନଆଇଏ କୋର୍ଟ ଦୋଷୀଙ୍କୁ ଦଣ୍ଡ ଘୋଷଣା କରିଛନ୍ତି। ୯ ଜଣ ଦୋଷୀଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। କୋର୍ଟ ହାଇଦର ଅଲୀ, ନୋମାନ ଅନସାରୀ, ମିଜିବୁଲ୍ଲା ଅନସାରୀ ଓ ଇମତିଆଜ ଆଲମକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ବ୍ୟତୀତ ଦୁଇ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦୁଇ ଜଣଙ୍କୁ ୧୦ ବର୍ଷ ଏବଂ ଜଣଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।
ସୂଚନାଯୋଗ୍ୟ, ୨୦୧୩ ରେ ଅକ୍ଟୋବର ୨୭ରେ ପାଟନା ଗାନ୍ଧୀ ମୈଦାନରେ ସିରିଜ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରାଲି କରୁଥିଲେ। ମୋଦିଙ୍କ ଉପସ୍ଥିତିରେ ହିଁ ୮ଟି ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୮୫ ଜଣ ଆହତ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.