banner
Breaking

ଡେଟି°,ଚାଟି°,ସେକ୍ସ, ଧୋକା ପୁଣି ଜଣେ ଯୁବକଙ୍କୁ।

0

ଭୁବନେଶ୍ୱର, ୧୦|୦୧: ଡେଟିଂ ଆପରେ ସମ୍ପର୍କ ସ୍ଥାପନ ପରେ ଚାଟି° ତାପରେ ଲଭ ଓ ସେକ୍ସ ଶେଷରେ ଧୋକା। ଯୁବକ ମିଳାମିଶା ଓ ଶାରୀରିକ ସମ୍ପର୍କ ରଖି ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଲୁଟିଛନ୍ତି ଜଣେ ଯୁବତୀ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର ୪ଦିନର ପ୍ରେମ ସମ୍ପର୍କରେ ଜଣେ ଯୁବକଙ୍କୁ ନିଜ ସହଯୋଗୀଙ୍କ ସହ ମିଶି ଅପହରଣ କରି ଜଣେ ଯୁବତୀ ଏଟିଏମ ଓ ୧୦ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଏକ ବ୍ୟାଙ୍କର ଡେପୁଟି ମ୍ୟାନେଜର ଭାବେ କାମ କରୁଥିବା ଜଣେ ଯୁବକଙ୍କ ଡେଟିଂ ଆପରେ ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ପରେ ଉଭୟ ମେସେଜରେ ଚାଟ୍ କରିଥିଲେ। ଏପରିକି ଘଂଟାଘଂଟା ଫୋନରେ ମଧ୍ୟ କଥା ହୋଇଥିଲେ। ବାସ୍ ଏହାପରେ କଥା ଆଗରୁ ବଢିଥିଲା। ଯୁବକ ଓ ଯୁବତୀ ମିଳାମିଶା କରିଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ମାତ୍ର ୪ଦିନ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ସମ୍ପର୍କର ଫଟୋ ଓ ଭିଡିଓ ମଧ୍ୟ ଯୁବକଜଣଙ୍କ ଅଭିଯୋଗ କରିଛନ୍ତି।

ଏହାପରେ ଘଟଣାର ମୋଡ ବଦଳିଥିଲା। ଯୁବକଙ୍କ ଅଭିଯୋଗ ଅନୁଯାୟୀ, ଯୁବତୀ ନିଜର ଅସଲ ଚେହେରା ଦେଖାଇଥିଲେ। ସେ ଯୁବକଙ୍କୁ ଦେହ ଅସୁସ୍ଥ ଥିବା  ମିଛରେ କହିବା ସହ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ମେଡିକାଲକୁ ନେବା ପାଇଁ କହିଥିଲେ। ତେବେ ଯୁବକଙ୍କୁ ବାଟରେ ଯୁବତୀଙ୍କ ୪ଜଣ ସହଯୋଗୀ ଅହରଣ କରିନେଇଥିଲେ। ଏପରିକି ତାଙ୍କଠାରୁ ଟଙ୍କା, ମୋବାଇଲ, ଏଟିଏମ କାର୍ଡ ଓ ପାସଓ୍ୱାର୍ଡ ସେମାନେ ନେଇଯାଇଥିଲେ। ଏହି କାର୍ଡକୁ ବ୍ୟବହାର କରି ସପିଂ କରିବା ସହ ଗାଡିରେ ତେଲ ମଧ୍ୟ ପକାଯାଇଥିଲା। ଆହୁରି ମଧ୍ୟ ସେ ତାଙ୍କୁ ଛାଡିବା ପାଇଁ ୫ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ଯୁବକଜଣଙ୍କ ଟଙ୍କା ଦେଇପାରି ନଥିବାରୁ ସେମାନେ ତାଙ୍କୁ ଛାଡିଦେଇଥିଲେ।

ଏନେଇ ପୀଡିତ ଯୁବକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମଧ୍ୟ ଅଭିଯୋଗ ଆଧାରରେ ଯୁବତୀ ଓ ତାଙ୍କ ସହଯୋଗୀଙ୍କୁ ଥାନାରେ ଅଟକ ରଖିଛି। ତେବେ ପ୍ରାରମ୍ଭିକ ତଦନ୍ତରୁ ଯୁବତୀଜଣଙ୍କ ଏକ ବେସରକାରୀ କଲେଜର ଅଧ୍ୟାପିକା ବୋଲି ଜଣାପଡିଛି। ଆଗରୁ ଯୁବତୀ ଏବଂ ତାଙ୍କ ସହଯୋଗୀ କାହାକୁ ଠକିଛନ୍ତି ନା ନାହିଁ ପୋଲିସ ତାହାର ତଦନ୍ତ କରୁଛି।

Khansweb Solution Bhubaneswar

Leave A Reply

Your email address will not be published.