banner
Breaking

ପ୍ରସନ୍ନ ବେହେରା ନିଲମ୍ବିତ।

0

ଭୁବନେଶ୍ୱ,୨୪।୧୦(ବ୍ୟୁରୋ): ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରବିବାର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରସନ୍ନଙ୍କ ନାମରେ ୫ଟି ଫୌଜଦାରୀ ମାମଲା ରହିଛି। ଏପରି କି କୋଭିଡ୍‌ ନିମୟ ଉଲ୍ଲଂଘନ କରି ପାତ୍ରପଡ଼ାସ୍ଥିତ ସାଉଥ ସିଟି ବାରକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଚଲାଉଥିଲେ। ଅଭିଯୋଗରେ ପରେ ପୋଲିସ ପ୍ରସନ୍ନଙ୍କୁ ଗିରଫ କରିଥିଲା। ପୋଲିସର ତଦନ୍ତ ପରେ ବିନା ଲାଇସେନ୍ସରେ ସେ ବାର ଚଲାଉଥିବା ଜଣାପଡିଥିଲା।

ସୂଚନା ଯୋଗ୍ୟ, ସେ ଭୁବନେଶ୍ୱର ହାବିଲଦାର ଓ କନେଷ୍ଟବଳ ସଂଘର ସମ୍ପାଦକ ଥିଲେ। ଗିରଫ ପରେ ପ୍ରସନ୍ନଙ୍କୁ ପୂର୍ବରୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ଚାକିରିରୁ ବିଦା କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.