banner
Breaking

ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜିମିନ।

0

କଟକ ,୨୧।୧୦: ଖୋର୍ଦ୍ଧା ବାଲୁଗାଁ ଭାଜପା ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜେଲ ଯାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଶେଷରେ ମିଳିଛି ଜାମିନ। ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏଥିସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ସର୍ତ୍ତ ରଖି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ବାଲୁଗାଁ ଭାଜପା ମଣ୍ଡଳ ସଭାପତିଙ୍କୁ ଆକ୍ରମଣ କରିବାକୁ ନେଇ ବିଧାୟକଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏଥିସହ ବିଧାୟକଙ୍କୁ ଗିରଫ କରିବାକୁ ଭାଜପା ବିକ୍ଷୋଭ କରିଥିଲା। ପରେ ଗତ ୫ ତାରିଖରେ ପ୍ରଶାନ୍ତ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ ଏହାକୁ ଖାରଜ କରିଥିଲେ ହାଇକୋର୍ଟ। ଏଥିପାଇଁ ତଳ କୋର୍ଟକୁ ଯିବାକୁ ପରାମର୍ଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ୮ରେ ଖୋର୍ଦ୍ଧା ଏଡିଜେ କୋର୍ଟରେ ଚିଲିକା ବିଧାୟକ ଜାମିନ ଆବେଦନ କରିଥିଲେ। ମାତ୍ର ଏହା ଖାରଜ ହୋଇଯିବାରୁ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା। ଜାମିନ ନାମଞ୍ଜୁର ହେବା ପରଠାରୁ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ପରେ ପୁଣିଥରେ ସେ ଜାମିନ ଲାଗି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.