banner
Breaking

ନକଲି ମଦ କାରଖାନା ଠାବ।

0

ଭଦ୍ରକ, ୨୩।୫ (ଵ୍ୟୁରୋ)- ବାସୁଦେବପୁର ବ୍ଲକର ଆର୍ତ୍ତୁଂ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୀର୍ଘଦିନ ହେଲା ଚାଲିଥିଲା ନକଲି ବିଦେଶୀ ମଦ ତିଆରି କାରଖାନା। ସେମାନଙ୍କ ପାଖରେ ଥିଲା ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସ୍ପିରିଟ, କେମିକାଲ। କେବଳ ଏତିକି ନୁହେଁ ନକଲି ମଦକୁ ଭଲ ମୂଲ୍ୟରେ ବିକିବା ପାଇଁ ସେମାନେ ବହୁ ନାମୀଦାମୀ କମ୍ପାନୀର ଲୋଗୋ ଓ ଓଡ଼ିଶା ସରକାରଙ୍କ ଷ୍ଟିକର ମଧ୍ୟ ବ୍ୟବହାର କରୁଥିଲେ। ଖବର ପାଇ ରବିବାର ଚଢ଼ାଉ କରିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ଓ ଜିଲା ଅବକାରୀ ବିଭାଗ। ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆର୍ତ୍ତୁଂ ଗ୍ରାମର ଅକ୍ଷୟ ବେହେରା ଓ ପର୍ଶୁରାମ ସନ୍ଧିବିଗ୍ରହ। ସେମାନଙ୍କଠାରୁ ନଗଦ ୩୦ ହଜାର ଟଙ୍କା ସହ ୧୦୦ ଲିଟର ନକଲି ମଦ, ୫୦ ଲିଟର ସ୍ପିରିଟ୍‌, କେମିକାଲ, ବହୁ ନାମୀଦାମୀ କମ୍ପାନୀର ଲୋଗୋ, ଓଡ଼ିଶା ସରକାର, ମଦ କମ୍ପାନୀ ଷ୍ଟିକର, ବୋତଲ ଠିପି ଓ ଯନ୍ତ୍ରାଂଶ ଜବତ ହୋଇଛି। ଚଢ଼ାଉରେ ଇନ୍ସପେକ୍ଟର ଜଗଦୀଶ ସାମଲ, ସ୍ପନ୍ଦନ ମହାନ୍ତି, ସବ୍‌ଇନ୍ସପେକ୍ଟର ଶ୍ୟାମସିଂ ଭୋଇ ସାମିଲ ଥିଲେ। କାରଖାନାର ମାଲିକ ଫେରାର ଥିବା ଅଧିକାରୀମାନେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.