banner
Breaking

ରାଜଧାନୀ ଭୁବନେଶ୍ବରରୁ ବନ୍ଧୁକ ବେପାରୀ ଗିରଫ।

0

ଭୁବନେଶ୍ୱର,୨୨/୫(ବ୍ୟୁରୋ): ସଟଡାଉନରେ ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି । ଚେକିଂ ବ୍ଲକିଂ ମଧ୍ୟ କରାଯାଇଛି । ହେଲେ ଅପରାଧୀଙ୍କ ଡର ନାହିଁ । ଶନିବାର ସକାଳେ ବେଆଇନ୍ ବନ୍ଧୁକ ଓ ଗୁଳିଗୋଳା ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ୍ ଓ କମିଶନରେଟ୍ ପୋଲିସ ହାତରେ ଧରା ପଡ଼ିଛି ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ କୁମାର ସାହୁ । ଆଚାର୍ଯ୍ୟ ବିହାର ଛକ ନିକଟରୁ  ଏସଟିଏଫ ଓ କମିଶନରେଟ୍ ପୋଲିସର ମିଳିତ ଟିମ୍ ସଞ୍ଜୟକୁ ଗିରଫ କରିଛି । ତା ନିକଟରୁ ଗୋଟିଏ ୯ ଏମ୍ ଏମର ସ୍ୱୟଂଚାଳିତ ଦେଶୀ ବନ୍ଧୁକ ଓ ମାଗାଜିନ୍, ଗୋଟିଏ ରିଭଲବର, ୨ଟି ଏସବିଏମଏଲ୍ ଗନ୍, ୯ ଏମ୍ଏମର ୬ଟି ଗୁଳି, ୮ ଏମ୍ଏମର ୨ଟି ଗୁଳି ଓ ୩ଟି ଗୋଲାକାର ଗୁଳି ଜବତ କରାଯାଇଛି ।
ଏନେଇ ସହିଦନଗର ଥାନା କେସ୍ ନମ୍ବର ୨୧୪/୨୦୨୧ ସହ ଆର୍ମ୍ସ ଆକ୍ଟରେ ମାମାଲ ରୁଜୁ କରାଯାଇଛି । ବେଆଇନ୍ ଅସ୍ତ୍ରଶସ୍ତ୍ର ବିରୋଧରେ ଏସଟିଏଫ୍ ଅଭିଯାନ ଜାରି ରଖିଛି । ବର୍ଷକ ଭିତରେ ୩୧ଗୋଟି ବନ୍ଧୁକ ସହ ୬୯ଟି ଗୁଳି ଜବତ ସହ ଏକାଧିକ ଅପରାଧୀଙ୍କୁ ଗିରଫ କରିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ ।

Khansweb Solution Bhubaneswar

Leave A Reply

Your email address will not be published.