banner
Breaking

ମାଛ ବେପାର ଆଳରେ ଚାଲୁଛି ବ୍ରାଉନସୁଗାର କାରବାର।

0

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ରେ କଡ଼ା ଯାଞ୍ଚ ସତ୍ତ୍ୱେ ରାଜ୍ୟରେ ଚାଲୁଛି ନିଶା କାରବାର। କଟକଣା ଗାଇଡ୍‌ଲାଇନ୍‌ରୁ ଫାଇଦା ଉଠାଇ ମାଛ ବେପାର ନାଁରେ ମାଫିଆମାନେ ବ୍ରାଉନସୁଗାରବେପାର ଚଳାଇଛନ୍ତି। ଖୋଦ୍‌ ରାଜଧାନୀ ଦେଇ ବ୍ରାଉନସୁଗାର ଚାଲାଣ କରୁଛନ୍ତି। ବାଲେଶ୍ୱରରୁ ଏକ ପିକ୍‌ଅପ ଭ୍ୟାନ୍‌ରେ ପିପିଲିକୁ ବ୍ରାଉନ୍‌ସୁଗାର ନେଇ ଯାଉଥିବାବେଳେ କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଓ ମଞ୍ଚେଶ୍ୱର ଥାନା ପୋଲିସ ହାଇଟେକ୍‌ ଛକରୁ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱରର ମଦନ କୁମାର ବେହେରା(୨୭) ଓ ସେକ୍‌ ମଙ୍ଗଲୁ(୨୭)। ସେମାନଙ୍କ ନିକଟରୁ ୫୧୮ ଗ୍ରାମ୍‌ ବ୍ରାଉନ୍‌ସୁଗାର, ଏକ ପିକ୍‌ଅପ ଭ୍ୟାନ୍‌, ଦୁଇଟି ମୋବାଇଲ ଫୋନ ସହ ନଗଦ ୧୯୦୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ବଜାର ମୂଲ୍ୟ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ପୋଲିସ ଏନେଇ ମାମଲା ରୁଜୁ କରିବା ସହ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଅଧିକ ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ମଦନ ଓ ମଙ୍ଗଲୁ ଜଳେଶ୍ୱର ଅଞ୍ଚଳରେ ମାଛ ବେପାର କରନ୍ତି। ସେମାନେ ପ୍ରତିଦିନ ପିପିଲି ଅଞ୍ଚଳକୁ ମାଛ ନେବାକୁ ଆସୁଥିଲେ। ତେବେ ମାଛ ବେପାର ଆଳରେ ସେମାନେ ବ୍ରାଉନସୁଗାର ଚୋରା ବେପାର କରୁଥିଲେ। ଜଳେଶ୍ୱରରୁ ବ୍ରାଉନ୍‌ସୁଗାର ଆଣି ଭୁବନେଶ୍ୱର ସମେତ ପିପିଲି ଓ ବାଟରେ ବିଭିନ୍ନ ଅଞ୍ଚଳକୁ ଯୋଗାଇଥାନ୍ତି। ଯିବାବେଳେ ପିପିଲିରୁ ମାଛ ନେଇ ଜଳେଶ୍ୱର ଅଞ୍ଚଳରେ ବିକ୍ରି କରିଥାନ୍ତି। ସେମାନେ ମାଛ ବେପାର କରୁଥିବା ସମସ୍ତେ ଜାଣିଥିଲେ ମଧ୍ୟ ମୁଖ୍ୟ ବେପାର ଥିଲା ବ୍ରାଉନସୁଗାର। ସେମାନେ ମୁଖ୍ୟତଃ ଭୁବନେଶ୍ୱରରକୁ ବ୍ରାଉନ୍‌ସୁଗାର ବ୍ୟବସାୟର ପେଣ୍ଠସ୍ଥଳ କରିଥିଲେ। ଏନେଇ କ୍ୟୁଏଟି ସୂଚନା ପାଇବା ପରେ ସେମାନଙ୍କ ଉପରେ ନଜର ରଖିଥିଲା। ରବିବାର ରାତିରେ ସେମାନେ ଜଳେଶ୍ୱରରୁ ପିକ୍‌ଅପ ଭ୍ୟାନରେ ବ୍ରାଉନସୁଗାର ନେଇ ଆସୁଥିବା ସୂଚନା ମିଳିଥିଲା। ମିଳିତ ଟିମ୍‌ ଭୁବନେଶ୍ୱର ହାଇଟେକ୍‌ ଛକ ନିକଟରେ ଜଗି ରହିଥିଲେ। ସୋମବାର ଭୋର୍‌ ସମୟରେ ଅଭିଯୁକ୍ତ ଦ୍ୱୟ ପହଞ୍ଚତ୍ବାମାତ୍ରେ ପ୍ରସ୍ତୁତ ରହିଥିବା ପୋଲିସ ଗାଡିକୁ ଅଟକାଇ ଘେରିଯାଇଥିଲା। ଯାଞ୍ଚ ପରେ ଦୁଇ ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନସୁଗାର ବାହାରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.