banner
Breaking

ଟ୍ରେନ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ।

0

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଟ୍ରେନ୍‌ରେ ଯାତ୍ରୀଙ୍କଠାରୁ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗ୍‌କୁ ଜିଆର୍‌ପି ଓ ଆର୍‌ପିଏଫ୍‌ର ମିଳିତ ଟିମ୍‌ ଶୁକ୍ରବାର ବୁଦ୍ଧନଗର ମୋଚିସାହି ଅଞ୍ଚଳରୁ ଧରିଛି। ରେଲଓ୍ବେ ଟ୍ରାକ୍‌ ନିକଟ ପୋଲ ତଳେ ଲୁଟ୍‌ ଯୋଜନା ଚାଲିଥିବାବେଳେ ସେଠାରେ ଚଢ଼ାଉ କରି ପୋଲିସ ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସୀମାଞ୍ଚଳ ପାଢୀ, ବିଶ୍ୱଜିତ୍‌ ପଣ୍ଡା, ଜୟଦେବ ଦାସ, ରବି ବେହେରା ଓ ଗୋବିନ୍ଦ ସାହୁ। ସେମାନଙ୍କଠାରୁ ଛୁରୀ, ଚାପଡ଼, ଲଙ୍କା ଗୁଣ୍ଡ, କଳା ମାସ୍କ, ୩ ଲାପଟପ୍‌, ୬ ମୋବାଇଲ ଫୋନ, ୩ ଏଟିଏମ୍‌ ସ୍ବାଇପ୍‌ ମେଶିନ, ପ୍ରିଣ୍ଟିଂ ମେଶିନ ଆଦି ଜବତ କରାଯାଇଛି। ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ରବି ଓ ଗୋବିନ୍ଦଙ୍କ କୋଭିଡ଼ ରିପୋର୍ଟ ପଜିଟିଭ ବାହାରିବାରୁ ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏମାନଙ୍କ ନାମରେ ଜିଆର୍‌ପି ଥାନାରେ ଏକାଧିକ ଲୁଟ୍‌ ଓ ଚୋରି ମାମଲା ରହିଥିବା ପୋଲିସ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଜଣେ ଯାତ୍ରୀ ସନ୍ତ୍ରାଗାଛି-ଚେନ୍ନାଇ ଟ୍ରେନ୍‌ରେ ଯାଉଥିଲେ। ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ ଛାଡୁଥିବାବେଳେ କେତେଜଣ ଅଭିଯୁକ୍ତ ତାଙ୍କର ଏକ ବ୍ୟାଗ୍‌ ନେଇ ପଳାଇଥିଲେ। ସେଥିରେ ଏକ ଲାପଟପ, ହାର୍ଡ଼ଡ଼ିସ୍କ ଓ ମୋବାଇଲ ଫୋନ୍‌ ରହିଥିଲା। ଏନେଇ ବ୍ୟକ୍ତି ଜଣକ ଜିଆର୍‌ପି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ମିଳିତ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହେବା ସହ ଷ୍ଟେଶନଠାରୁ ୨ କିମି ଅଞ୍ଚଳ ମଧ୍ୟରେ ଲୁଟେରାଙ୍କ ଉପରେ ନଜର ରଖାଯାଇଥିଲା। ଗୁରୁବାର ଷ୍ଟେଶନ ନିକଟ ମୋଚିସାହି ଟ୍ରେନ୍‌ ଟ୍ରାକ୍‌ ନିକଟ ପୋଲତଳ ଅନ୍ଧାରିଆ ସ୍ଥାନରେ କେତେଜଣ ବ୍ୟକ୍ତି ବସି କିଛି ଯୋଜନା କରୁଥିବା ପୋଲିସକୁ ଖବର ମିଳିବା ପରେ ତୁରନ୍ତ ସେଠାରେ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ଲୁଟେରା ଗ୍ୟାଙ୍ଗ୍‌ ସମ୍ପର୍କରେ ଜଣାପଡିଥିଲା।

Khansweb Solution Bhubaneswar

Leave A Reply

Your email address will not be published.