banner
Breaking

ହାଇଦର କରୋନା ପଜିଟିଭ। ରିମାଣ୍ଡର ସ୍ଥଗିତ।

0

କଟକ,୧୭/୪(ବ୍ୟୁରୋ): କଟକ ବଡମେଡିକାଲରୁ ଖସି ପଳାଇବା ପରେ ତେଲେଙ୍ଗାନାରେ ଧରା ପଡିଥିବା ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଛି। ଆରଟିପିସିଆର ପରୀକ୍ଷାରେ ସେ କରୋନା ପଜିଟିଭ ଥିବା ଜଣାଯାଇଛି। ଗତକାଲି ପ୍ରଥମେ ହାଇଦରର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ରିପୋର୍ଟ ନେଗେଟିଭ ଆସିବାରେ ତାହାର ଆରଟିପିସିଆର ଟେଷ୍ଟ ହୋଇଥିଲା। ସେଥିରେ ସେ କରୋନା ପଜିଟିଭ ଆସିଛି। ଏହାଫଳରେ ହାଇଦରକୁ ରିମାଣ୍ଡ ନେବା ନିଷ୍ପତ୍ତିକୁ ସ୍ଥଗତି ରଖାଯାଇଛି। ଆଜିଠାରୁ ହାଇଦର ୭ ଦିନିଆ ରିମାଣ୍ଡରେ ଯିବାର ଥିଲା। ହାଇଦର କରୋନା ପଜିଟିଭ ଜଣାପଡିବା ପରେ ତାକୁ ଚଉଦ୍ୱାର ଜେଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଇତିମଧ୍ୟରେ ହାଇଦରକୁ ଆଣିବା ପାଇଁ ତେଲେଙ୍ଗାନା ଯାଇଥିବା ଓଡ଼ିଶା ପୁଲିସ ଟିମ୍‍ର କିଛି ଅଧିକାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.