banner
Breaking

ଚାକିରୀ ଦେବା ନାଁ ରେ ନାଵାଳିକାଙ୍କୁ ବଳତ୍କାର।

0

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଏକ ପେପର କମ୍ପାନୀରେ ଚାକିରି ଦେବାକୁ କହି ଜଣେ ନାବାଳିକାଙ୍କୁ ଭୁବନେଶ୍ୱର ଭରତପୁର ଥାନା ତାରିଣୀ ବସ୍ତିରେ ଏକ ଘରେ ରଖି ଦେହ ବ୍ୟବସାୟରେ ଲଗାଯାଉଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ନାବାଳିକାଙ୍କ ସବତ ମା’ଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା କୁହାଯାଉଛି। ତେବେ ସୌଭାଗ୍ୟବଶତଃ ନାବାଳିକା ଜଣକ ମଙ୍ଗଳବାର ସନ୍ଧ୍ୟାରେ ସେଠାରୁ ଖସି ଆସି ସ୍ଥାନୀୟ ଜଣଙ୍କ ଘରେ ପଶିିଯିବା ପରେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ମୁହଁ ଖୋଲିଥିଲେ। ଏପରି କି ଗୋଡ଼ହାତ ଧରି ସ୍ଥାନୀୟ ଲୋକଙ୍କୁ ରକ୍ଷା କରିବାକୁ ନିବେଦନ କରିଥିଲେ। ଏବିଷୟରେ ସ୍ଥାନୀୟ ଲୋକେ ଭରତପୁର ଥାନା ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ବା ସହ ନାବାଳିକା ଏବଂ ସ୍ଥାନୀୟ ଲୋକଙ୍କଠାରୁ ସମସ୍ତ କଥା ଶୁଣିଥିଲେ। ପରେ ପୋଲିସ ନାବାଳିକାଙ୍କୁ ଥାନାକୁ ନେଇ ଚାଇଲ୍ଡ ଲାଇନକୁ ହସ୍ତାନ୍ତର ନ କରି ନାବାଳିକାଙ୍କ ସମ୍ପୃକ୍ତ ସାବତ ମା’ଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏନେଇ ଭରତପୁର ଥାନା ଅଧିକାରୀ ଦୁର୍ଗା ପ୍ରସାଦ ଜେନାଙ୍କୁ ପଚାରିବାରୁ , ସେ କହିଛନ୍ତି ନାବାଳିକା ଜଣକ ଆମ ସମ୍ମୁଖରେ କୌଣସି ଅଭିଯୋଗ କରି ନାହାନ୍ତି। ସେ ତାଙ୍କ ମା’ଙ୍କୁ ଚିହ୍ନିବା ସହ ନିଜ ସହମତି ପ୍ରକଶ କରିବାରୁ ତାଙ୍କ ସହ ଆମେ ଛାଡିଛୁ। ଏଥିସହ ନାବଳିକାଙ୍କ ସମ୍ବନ୍ଧରେ ଚାଇଲ୍ଡ ଲାଇନକୁ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି ବୋଲି କହିଛନ୍ତି। ଏନେଇ ଡିସପି ଉମାଶଙ୍କର ଦାଶ କହିଛନ୍ତି ଘଟଣା ସମ୍ପର୍କରେ ମୋ ପାଖକୁ ଖବର ଆସିଛି। ଏନେଇ ତଦନ୍ତ କରି ରିପୋର୍ଟ ଦେବାକୁ ସମ୍ପୃକ୍ତ ଜୋନ୍‌ ଏସିପିଙ୍କୁ କୁହାଯାଇଛି। ଅପରପକ୍ଷରେ ଶିଶୁ ସୁରକ୍ଷା ଆଯୋଗ ସନ୍ଧ୍ୟାବତୀ ପ୍ରଧାନଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ। ଅଭିଯୋଗରେ ସତ୍ୟାସତ୍ୟ ଥିଲେ ତଥା ଏଥିରେ କାହାର ସମ୍ପୃକ୍ତି ଜଣାପଡ଼ିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.