banner
Breaking

ଝରାଫୁଲ ମୃତ୍ୟୁ ଘଟଣାରେ ଆଉଜଣେ ଗିରଫ।

0

ଭୁବନେଶ୍ୱର,୧୧।୪: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ ପ୍ରାୟ ୩ ମାସ ପରେ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦାର ଅମରେଶ ରାଉତ। ଏହି ସମ୍ପର୍କରେ ଯାଜପୁର ଏସ୍‌ପି ରାହୁଲ ପି.ଆର୍‌ ରବିବାର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଜାନୁୟାରୀ ୨୬ରେ ଝରାଫୁଲ ଭୁବନେଶ୍ୱରରୁ ଏକ ବସ୍‌ ଯୋଗେ ଗାଁକୁ ଯାଉଥିଲେ। ହେଲେ ଦେହ ଭଲ ନ ଲାଗିବାରୁ ସେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ। ପରେ ସେ ତାଙ୍କ ପୁରୁଷ ବନ୍ଧୁ ରାକେଶଙ୍କୁ ଫୋନ କରି ଡକାଇଥିଲେ। ସେମାନେ ବୁଲାବୁଲି କରି ଏକ ହୋଟେଲରେ ରହିଥିଲେ। ହେଲେ ୨୭ ତାରିଖ ସକାଳୁ ରାକେଶ ଏକ ସ୍କୁଟିରେ ସାଙ୍ଗଙ୍କ ସହ ମିଶି ଝାରାଫୁଲଙ୍କ ମୃତଦେହ ଧରି ଯାଜପୁର ଜିଲା କୁଆଖିଆ ନେଇ ଫିଙ୍ଗି ଦେଇଥିଲେ। ୨୮ ତାରିଖରେ ପୋଲିସ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶଙ୍କୁ ଗିରଫ କରିଥିଲା। ପୋଲିସ ରାକେଶଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲା। ସେବେଠାରୁ ହତ୍ୟା ମାମଲାରେ ସମ୍ପୃକ୍ତ ରାକେଶଙ୍କ ସାଙ୍ଗ ଅମରେଶ ଫେରାର ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.