banner
Breaking

ହାଇଦର ଫେରାର ଘଟଣାରେ ୬ ନିଳମ୍ବିତ।

0

ସମ୍ବଲପୁର ,୧୧।୪: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ତାଙ୍କ ଉପରେ ନଜର ରଖିବା ପାଇଁ ନିୟୋଜିତଥିବା ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାରଙ୍କ ସମେତ ୫ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ। ସେହିପରି ନିଲମ୍ବିତ ହୋଇଥିବା ୫ କନଷ୍ଟେବଳ ହେଲେ ବୁଲ୍ବୁଲ ସାହୁ, ଦୀପକ ସାହୁ, ମହମ୍ମଦ ମୌସିମ, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝି।

Khansweb Solution Bhubaneswar

Leave A Reply

Your email address will not be published.