banner
Breaking

ଅଶ୍ଳୀଳ ଫଟୋ ଭାଇରାଲ ଧମକ୍ ଦେଇ ଯୁବକ ଗିରଫ।

0

ଭବାନୀପାଟଣା,୫।୨: ଭବାନୀପାଟଣାର ସହରର ଜଣେ ନାବାଳିକାଙ୍କୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୋଇବାଡି ଗ୍ରାମର ଜିତେନ୍ଦ୍ର ବେହେରା(୨୬) ହ୍ବାଟସ ଆପ୍‌ରେ ବ୍ଲାକମେଲିଂ କରି ଗିରଫ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହ୍ବାଟସ ଆପ୍‌ରେ ବନ୍ଧୁତା ପରେ ମୋବାଇଲରେ ନିୟମିତ ଚାଟିଂ କରିବା ସହିତ ଭିଡିଓ କଲ୍‌ରେ କଥା ହେଉଥିଲେ। ନାବାଳିକାଙ୍କ ସରଳତା ସୁଯୋଗ ନେଇ ଜିତେନ୍ଦ୍ର କିଛି ଆପତ୍ତିଜନକ ଫଟୋ ମୋବାଇଲରେ ସଂଗ୍ରହ କରିଥିଲେ। ଯାହାକୁ ନେଇ ଜିତେନ୍ଦ୍ର ନାବାଳିକାଙ୍କୁ ବ୍ଲାକମେଲିଂ କରୁଥିଲେ। ଏହି ସମ୍ପର୍କରେ ନାବାଳିକା ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ପରିବାର ଲୋକେ ଭବାନୀପାଟଣା ଟାଉନ ଥାନାରେ ଏକ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୋଲିସର ଏକ ଟିମ୍‌ ପୋଇବାଡି ଗ୍ରାମରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଗିରଫ କରିଛି।

Khansweb Solution Bhubaneswar

Leave A Reply

Your email address will not be published.