banner
Breaking

ସାଇବର ଠକଙ୍କ ନୂଆ ତରିକା। ସୁନ୍ଦର ତରୁଣୀ ଫଟୋ ଦେଖାଇ ଲୁଟୁଛନ୍ତି।

0

ଭୁବନେଶ୍ୱର,୯।୧(ବ୍ୟୁରେ) : ସୁନ୍ଦରୀ ତରୁଣୀଙ୍କ ମୋହ ଦେଖାଇ ଫସାଇବା ପରେ ଟଙ୍କା ଲୁଟୁଛନ୍ତି ସାଇବର ଠକ। ରାଜଧାନୀର ଜଣେ ଯୁବକଙ୍କୁ ଏଭଳି ମୋହରା ବନାଇ ତାଙ୍କ ଆକାଉଣ୍ଟକୁ ଖାଲି କରିଦେଇଛନ୍ତି ସାଇବର ଠକ। ମାତ୍ର ୨୦ ମିନିଟ୍‌ ଫୋନରେ କଥା ହେବା ଭିତରେ ସାଇବର ଠକ ଜଣକ ଗୁଗଲ୍‌ ପେ’ ମାଧ୍ୟମରେ ଯୁବକଙ୍କ ଆକାଉଣ୍ଟ୍‌ରୁ ବିଭିନ୍ନ ପର୍ଯ୍ୟାୟରେ ୯୪,୭୩୧ ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ଯୁବକ ଜଣକ ଶୁକ୍ରବାର କମିଶନରେଟ୍‌ ପୋଲିସ ପକ୍ଷରୁ ଜାରି ହେଳ୍ପଲାଇନ୍‌ ନମ୍ବରକୁ କଲ୍‌ କରି ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଇଣ୍ଡିଆ ଏସ୍କର୍ଟ ସର୍ଭିସ୍‌ ନାମକ ଏକ ସଂସ୍ଥାର କର୍ମଚାରୀର ପରିଚୟ ଦେଇ ଜଣେ ବ୍ୟକ୍ତି ଉକ୍ତ ଯୁବକଙ୍କ ମୋବାଇଲ ଫୋନ୍‌କୁ କଲ୍‌ କରିଥିଲେ। ଏହି ସଂସ୍ଥା କଲଗାର୍ଲ ଓ କଲ ବୟ ସେବା ଯୋଗାଉଛି। ତମେ ଚାହିଁଲେ କଲବୟ ଭାବେ କାର୍ଯ୍ୟ କରି ବିପୁଳ ରୋଜଗାର କରିପାରିବ। ଲାଇସେନ୍ସ ପାଇଁ ପ୍ରଥମେ ୨୪୫୦ ଟଙ୍କା ଦେଇ ରେଜିଷ୍ଟ୍ରେଶନ କରିବାକୁ ପଡିବ। ନିଜ ସହରରେ କଲବୟ କାମ କଲେ ଅଧା ଟଙ୍କା କମ୍ପାନୀର ଓ ଅଧା ଟଙ୍କା ଆପଣଙ୍କର। ଏଥିରେ ସଂସ୍ଥା ପକ୍ଷରୁ ଆପଣଙ୍କୁ ହାଇକ୍ଲାସ ସୁନ୍ଦରୀ ଯୁବତୀ ଯୋଗାଇ ଦିଆଯିବ। ବଡ଼ବଡ଼ ହୋଟେଲ୍‌ରେ ରାତ୍ରିଯାପନ କରିବାକୁ ସୁଯୋଗ ମିଳିବ। ନଚେତ ତମେ ଚାହିଁଲେ ୧୮ରୁ ୪୦ବର୍ଷୀୟା ସୁନ୍ଦରୀ କଲଗାର୍ଲଙ୍କ ସହ ମଜା ଉଠାଇପାରିବ। ଯେଉଁ ଯୁବତୀଙ୍କୁ ବାଛିବ ସେ ହୋଟେ୍‌ଲଠାରୁ ଆରମ୍ଭ କରି ତୁମ ପାର୍ଟନର ହୋଇ ବୁଲାବୁଲି କରିବ। ଏଭଳି ଲୋଭ ଦେଖାଇ ବ୍ୟକ୍ତିଜଣକ ଉକ୍ତ ଯୁବକଙ୍କ ହ୍ବାଟ୍‌ସ ଆପ୍‌ ନମ୍ବରକୁ କେତେଜଣ ସୁନ୍ଦରୀଙ୍କ ଫଟୋ ପଠାଇଥିଲେ। ଏହାପରେ କୌଶଳକ୍ରମେ ଯୁବକଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ଟଙ୍କା କାଟି ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.