banner
Breaking

ସ୍ପେଶାଲ ସ୍କ୍ବାଡ ହାତରେ ଲୁଟିଆ ଗ୍ୟାଙ୍ଗ।

0

ଭୁବନେଶ୍ୱର, ୩୦। ୮(ବ୍ୟୁରୋ): ବନ୍ଧନ ବ୍ୟାଙ୍କ୍‌ର ଯୋଗାଯୋଗ ଅଧିକାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୯୪ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ବାଡ୍‌। ଏଥିରେ ପାଟୁ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡିବା ପରେ ଖଣ୍ଡଗିରି ପୋଲିସ ସହ ମିଳିତ ଚଢ଼ାଉ କରି ପୁରୀ ଓ ଭୁବନେଶ୍ୱର ଉପକଣ୍ଠରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୭୦ ହଜାର ଟଙ୍କା, ଗୋଟିଏ ବନ୍ଧୁକ, ୪ ଗୁଳି ଓ ଗୋଟିଏ ବାଇକ ଜବତ ହୋଇଛଇ। ଗିରଫ ଅଭିଯୁକ୍ତମାନେ ହେଲେ ଗ୍ୟାଙ୍ଗ୍‌ ଲିଡର ତଥା ପୁରୀ ଜିଲା ଗୋପ ଅଞ୍ଚଳର ସାହାଜାହାନ ଖାନ୍‌ ଓରଫ ପାଟୁ (୪୫), ନିମାପଡାର ଏସ୍‌.କେ ସାହିଦ(୨୧), ଯଦୁପୁର ଅଞ୍ଚଳର ଜଲାଉଦ୍ଦିନ ଖାନ୍‌ ଓରଫ ରାଜା (୨୧) ଓ ନିମାପଡାର ପ୍ରଶାନ୍ତ ଭୋଇ ଓରଫ ପୁନି (୨୮)। ପାଟୁ ନାମରେ ବିଭିନ୍ନ ଥାନାରେ ୧୯ ମାମଲା ରହିଥିବାବେଳେ ସାହିଦଙ୍କ ନାମରେ ୯ , ରାଜା ନାମରେ ୩ ଓ ପ୍ରଶାନ୍ତ ନାମରେ ୮ଟି ମାମଲା ରହିଥିବା ତଦନ୍ତରୁ ଜଣାପଡିଛି। ଖଣ୍ଡଗିରି ପୋଲିସ କେସ୍‌ ନଂ.୪୭୦/୨୦ ଦଫା ୩୯୨ ଲଗାଇ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନା ଅନୁଯାୟୀ, ବନ୍ଧକ ବ୍ୟାଙ୍କ୍‌ର ଯୋଗଯୋଗ ଅଧିକାରୀ ମନୋରମା ବରାଳ ଗ୍ରାହକଙ୍କଠାରୁ ଟଙ୍କା କଲେକ୍ସନ କାର୍ଯ୍ୟ କରନ୍ତି। ସବୁଦିନ ପରି ଗତ ୫ ତାରିଖ ରାତି ୮ଟାରେ ସରକନ୍ତରା ଓ ଯଦୁପୁରରୁ ଟଙ୍କା କଲେକ୍ସନ କରିବା ପରେ ବରମୁଣ୍ଡା ଗଁାରେ ଥିବା ଆଉକେତେଜଣ ଗ୍ରାହକଙ୍କ ଘରକୁ ଟଙ୍କା ଆଣିବାକୁ ସ୍କୁଟିରେ ଯାଉଥିଲେ। ତାଙ୍କୁ ଏକ ବାଇକ୍‌ରେ ପିଛା କରୁଥିବା ୩ଜଣ ଲୁଟେରା ରାତି ପ୍ରାୟ ୧୧ଟା ୪୦ରେ ବରମୁଣ୍ଡା ଗାଁ ନିକଟରେ ଅଟକାଇଥିଲେ। ପରେ ବାଇକରେ ବସିଥିବା ଜଣେ ଲୁଟେରା ବନ୍ଧୁକ ବାହାର କରି ତାଙ୍କ ମୁଣ୍ଡରେ ଲଗାଇ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିଲେ। ଏନେଇ ମନୋରମା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡିସିପି ଉମାଶଙ୍କର ଦାଶ ସ୍ପେଶାଲ ସ୍କ୍ବାଡ୍‌କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ଏକାଧିକ ସ୍ଥାନରୁ ହୋଇଥିବା ଲୁଟ୍‌ର ସିସିଟିଭ ଫୁଟେଜ ଯାଞ୍ଚବେଳେ ପାଟୁ ଗ୍ୟାଙ୍ଗର ସଦସ୍ୟ ସମ୍ପୃକ୍ତ ଥିବା ସୁରାକ ମିଳିଥିଲା। ତେଣୁ ପାଟୁ ଗ୍ୟାଙ୍ଗ ସଦସ୍ୟଙ୍କ ତାଲିକା ଖୋଲିବା ପରେ ସେଥିରୁ ରାଜାଙ୍କ ନାମ ଆସିଥିଲା। ପୂର୍ବରୁ ରାଜା ମଧ୍ୟ ଏକାଧିକ ଡକାୟତି ମାମଲାରେ ଗିରଫ ହୋଇଥିଲେ। ତେବେ ସେ ଯଦୁପୁରରେ ରହୁଥିବାବେଳେ ବନ୍ଧନ ବ୍ୟାଙ୍କ୍‌ ଯୋଗାଯୋଗ ଅଧିକାରୀ ମନୋରମା ଘଟଣା ଦିନ ରାଜାଙ୍କ ଘର ନିକଟରୁ ଟଙ୍କା କଲେକ୍ସନ କରି ଫେରିଥିଲେ। ଏହା ଜାଣିପାରି ରାଜା ତାଙ୍କ ଗ୍ୟାଙ୍ଗ୍‌ ଲିଡର ପାଟୁଙ୍କୁ ଜଣାଇଥିଲେ। ପରେ ପାଟୁ, ରାଜା ଓ ଅନ୍ୟଜଣେ ବାଇକରେ ମନୋରମାଙ୍କ ପିଛା କରି ବରମୁଣ୍ଡା ଗଁା ନିକଟରେ ଲୁଟ୍‌ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.