banner
Breaking

ଇ°ଲଣ୍ଡ ଠାରୁ ଜିତିଲା ଭାରତ

0

ଡର୍ବି : ଓପନର ସ୍ମୃତି ମନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ବିଜୟୀ ହୋଇଛି ଭାରତ। ୩ ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ରହିଥିବା ବେଳେ ଗୁରୁବାର ଅନ୍ତିମ ମ୍ୟାଚ ଖେଳାଯିବ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଫ୍ରେୟା କେମ୍ପଙ୍କ ଅପରାଜିତ ୫୧ ରନ ବଳରେ ୬ ଉଇକେଟ ହରାଇ ୧୪୨ ରନ କରିଥିଲା। ଜବାବରେ ସ୍ମୃତି ମନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୧୬.୪ ଓଭରରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।
ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଭାରତୀୟ ବୋଲର ଟାଇଟ ବୋଲିଂ କରିଥିଲେ। ସୋଫିଆ ଡଙ୍କଲି(୫), ଡାନିଏଲ ଓ୍ବାୟାଟ୍ଟ(୬) ଓ ଆଲିସ୍‌ କ୍ୟାପସେ(୫) ସହଜରେ ଆଉଟ ହେବା ସହିତ ଇଂଲଣ୍ଡ ୧୬ ରନରେ ୩ ଉଇକେଟ ହରାଇଥିଲା। ପରେ ସ୍ନେହ ରଣାଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ୫୪ ରନରେ ୫ ଉଇକେଟ ହରାଇଥିଲା। ତେବେ କେମ୍ପ(୫୧*) ଓ ମାଇଆ ବୌଚିଅର(୩୪)ଙ୍କ ମଧ୍ୟରେ ୬୫ ରନର ଭାଗୀଦାରି ହୋଇଥିଲା। ୧୭ ବର୍ଷୀୟା କେମ୍ପ ୩୭ ବଲର ଇନିଂସରେ ୩ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ୧୮ ତମ ଓଭରରେ ରଣା ବୌଚିଅରଙ୍କୁ ଆଉଟ କରି ଏହି ଭାଗୀଦାରି ଭାଙ୍ଗିଥିଲେ। ନିର୍ଦ୍ଧାରିତ ଓଭରରେ ଇଂଲଣ୍ଡ ୬ ଉଇକେଟରେ ୧୪୨ ରନ ସଂଗ୍ରହ କରିଥିଲା। ସ୍ନେହ ରଣା ୨୪ ରନରେ ୩ ଉଇକେଟ ନେଇଥିବା ବେଳେ ରେଣୁକା ସିଂ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୪୩ ରନର ପିଛା କରୁଥିବା ଭାରତ ପକ୍ଷରୁ ଦୁଇ ଓପନର ସ୍ମୃତି ମନ୍ଧାନା(୭୯*) ଓ ଶେଫାଳି ବର୍ମା(୨୦) ପାଓ୍ବାର ପ୍ଲେରେ ଯୋଡିଥିଲେ ୫୫ ରନ୍‌। ୧୭ ବଲ ଖେଳି ୨୦ ରନ୍‌ କରିଥିବା ଶେଫାଳି ପାଓ୍ବାର ପ୍ଲେର ଅନ୍ତିମ ବଲରେ ଆଉଟ ହୋଇଥିଲେ। ଏହାର ୧୬ ବଲ ମଧ୍ୟରେ ଦୟଲାନ ହେମଲତା ମାତ୍ର ୯ ରନ କରି ଫ୍ରେୟା ଡେଭିସଙ୍କ ବଲରେ ବୋଲ୍ଡ ହୋଇଥିଲେ। ୭୭ ରନରେ ଦୁଇ ଉଇକେଟର ପତନ ପରେ ଅଧିନାୟିକା ହରମନପ୍ରୀତ କ୍ରିଜ୍‌ରେ ଯୋଗ ଦେଇଥିଲେ। ସେ ମନ୍ଧାନାଙ୍କ ସହିତ ୬୯ ରନ ଯୋଡି ଦଳକୁ ବିଜୟୀ କରିଥିଲେ। ୫୩ ବଲ୍‌ ଖେଳ ସ୍ମୃତି ୧୩ ଚୌକା ସହିତ ଅପରାଜିତ ୭୯ ରନ କରିଥିଲେ। ସେହିପରି ୨୨ ବଲ ଖେଳି ହରମନପ୍ରୀତ୍‌ ୪ ଚୌକା ମାରିଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ମନ୍ଧାନାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.