banner
Breaking

୫ ଉଇକେଟରେ ଜିତିଲା ଭାରତ

0

ଦୁବାଇ : ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ଏସିଆ କପର ଭାରତ-ପାକିସ୍ତାନ ମହାମୁକାବିଲାରେ ୫ ଉଇକେଟରେ ବିଜୟୀ ହୋଇଛି ଭାରତ । ଭାରତ ଏହି ବିଜୟରୁ ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି । ଅନ୍ୟପକ୍ଷେ ଭାରତ ଟି-୨୦ ବିଶ୍ୱ କପ୍‌ ପରାଜୟର ପ୍ରତିଶୋଧ ନେଇଛି।
କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ସଫଳତା(୩/୨୫ ଓ ୩୩*) ଓ ଜାଡେଜାଙ୍କ ଦୃଢ ୩୫ ରନ ବଳରେ ଭାରତ ମ୍ୟାଚକୁ ଜିତି ନେଇଛି। ବୋଲରଙ୍କ ଘାତକ ବୋଲିଂ ବଳରେ ପାକିସ୍ତାନକୁ ୧୪୭ ରନରେ ସୀମିତ ରଖିଥିଲା ଭାରତ। ୧୪୮ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତ ମାତ୍ର ୧ ରନରେ ଲୋକେଶ ରାହୁଲ(୦)ଙ୍କ ଉଇକେଟ ହରାଇଥିଲା। ତେବେ ଶତକୀୟ ମ୍ୟାଚ୍‌ ଖେଳୁଥିବା ବିରାଟ କୋହଲି (୩୫) ଓ ରୋହିତ ଶର୍ମା(୧୨)ଙ୍କ ମଧ୍ୟରେ ୪୯ ରନର ଭାଗୀଦାରି ହୋଇଥିଲା। ଶତକୀୟ ମ୍ୟାଚ ଖେଳୁଥିବା ବିରାଟ କୋହଲି ନଓ୍ବାଜଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଖାତା ଖୋଲିବା ପୂର୍ବରୁ ଜୀବନଦାନ ପାଇଥିବା କୋହଲି କିଛି ଆକର୍ଷଣୀୟ ଶଟ୍‌ ଖେଳିଥିଲେ। ୩ ଚୌକା ଓ ଗୋଟିଏ ଛକା ସହିତ ୩୪ ବଲରୁ ୩୫ ରନ କରି ସେ ପ୍ୟାଭିଲିୟନ୍‌ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ(୧୮) ଓ ରବୀନ୍ଦ୍ର ଜାଡେଜା(୩୫)ଙ୍କ ମଧ୍ୟରେ ୩୬ ରନର ପାର୍ଟନରଶିପ୍‌ ହୋଇଥିଲା। ଶାହିନ୍‌ ଆଫ୍ରିଦିଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ଯାଦବ ବୋଲ୍ଡ ହେବା ପରେ ପାଣ୍ଡ୍ୟା ଓ ଜାଡେଜା ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ୩୭ ବଲରେ ୫୨ ରନ୍‌ ଯୋଡିଥିଲେ। ଅନ୍ତିମ ଓଭରରେ ୭ ରନ ଆବଶ୍ୟକ ଥିବା ବେଳେ ଜାଡେଜା ପ୍ରଥମ ବଲରେ ଆଉଟ ହୋଇଥିଲେ। ଦୁଇଟି ଲେଖାଏ ଛକା ଓ ଚୌକା ସହିତ ସେ ୩୫ ରନ କରିଥିଲେ। ପାଣ୍ଡ୍ୟା ୧୭ଟି ବଲରୁ ୩୩ ରନ କରି ବିଜୟୀ କରିଥିଲେ। ପାକିସ୍ତାନ ପକ୍ଷରୁ ନଶିମ୍‌ ଶାହ ୨ ଓ ମହମ୍ମଦ ନଓ୍ବାଜ ୩ ଉଇକେଟ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.