ଆଜି ଭାରତ ପାକିସ୍ତାନ ମହାମୁକାବିଲା

ଦୁବାଇ,୨୭।୮: ଆଜି ଭାରତ-ପାକିସ୍ତାନ ମହାମୁକାବିଲା। ଏସିଆ କପ୍‌ ୨୦୨୨ ଶନିବାରଠାରୁ ଆରମ୍ଭ ହୋଇଥିବା ବେଳେ ଏହି ମ୍ୟାଚ୍‌ ଉପରେ ବିଶ୍ୱ କ୍ରିକେଟପ୍ରେମୀଙ୍କ ନଜର। ଦୁବାଇ ଷ୍ଟାଡିୟମରେ ଏହି ପ୍ରତିକ୍ଷୀତ ମ୍ୟାଚ୍‌ ଖେଳାଯିବ। ରବିବାର(୨୮ ଅଗଷ୍ଟ)ରେ ଭାରତୀୟ ସମାନୁସାରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଆରମ୍ଭ ହେବ। ଏହାର ପ୍ରସାରଣ ଷ୍ଟାର ନେଟଓ୍ବର୍କରେ ହେବ। ଏହାଛଡ଼ା ଗୁଗଲ୍‌ରେ ମଧ୍ୟ ମ୍ୟାଚ୍‌ର ଅପ୍‌ଡେଟ୍‌ ଜାଣିହେବ। ସୂଚନାଯୋଗ୍ୟ ଭାରତ ପାକିସ୍ତାନ ମଧ୍ୟରେ ଟି୨୦ର ମୋଟ ୯ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ୬ରେ ଭାରତ ଜିତିଥିବା ବେଳେ ୨ଟିରେ ପାକିସ୍ତାନ ବିଜେତା ହୋଇଛି। ଗୋଟିଏ ମ୍ୟାଚ୍‌ ଟାଇ ହୋଇଥିବା ବେଳେ, ଶେଷରେ ଭାରତ ମଧ୍ୟ ଜିତିଥିଲା।