banner
Breaking

ଇଣ୍ଟର କମ୍ପାନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

0

ଭୁବନେଶ୍ୱର,- ସପ୍ତମ ବାଟାଲିୟନ ପ୍ୟାରେଡ୍ ଗ୍ରାଉଣ୍ଡ ଠାରେ ଇଣ୍ଟର କମ୍ପାନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବି କମ୍ପାନୀକୁ ହରାଇ ଇ କମ୍ପାନୀ ଚମ୍ପିୟାନ ହୋଇଛି। ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଠଟି ଟିମ୍ ଯଥା ଏ,ବି,ସି,ଡି,ଇ,ଟେକ୍ନିସିଆନ,ହେଡ କ୍ୱାର୍ଟର ଓ ୟୁନାଇଟେଡ଼ ଟିମ୍ ଭାଗ ନେଇଥିଲେ। ଫାଇନାଲ୍ ମ୍ୟାଚ୍ ଇ ଓ ବି ଟିମ୍ ମଧ୍ୟରେ ଖେଳ ହୋଇଥିଲା। ଏଥିରେ ଇ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୬୮ ରନ୍ ସ°ଗ୍ରହ କରିଥିଲା। ଜବାବରେ ବି ଟିମ୍ ସମାନ ଓଭର ମଧ୍ୟରେ ତା’ର ସମସ୍ତ ଓ୍ବିକେଟ ହରାଇ ୫୧ ରନ୍ କରି ପରାଜିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ କ୍ରୀଡା ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ତୁଷାରିକାନ୍ତି ବେହେରା, ସମ୍ମାନନୀୟ ଅତିଥି ଭାବେ ପୋଲିସ କମିଶନର କଟକ-ଭୁବନେଶ୍ୱର ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ୧୩ ନମ୍ବର୍ ୱାର୍ଡର କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁ, ଡିସିପି (ଏ) ଶ୍ରୀଯୁକ୍ତ ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ନର୍ସ ଅଫ ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ସପ୍ତମ ବାଟାଲିୟନ ହାବିଲଦାର ସିପାହୀ ସଂଘ ର ଯୁବ ସଭାପତି ବିନୋଦ କୁମାର ବଳ (ନିଲୁ) ଅଧ୍ୟକ୍ଷତା କରିଥିଲାବେଳେ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.