banner
Breaking

ସିଏସକେର ଛକା ଚୈ।କା ବର୍ଷା

0

ପୁଣେ,୧।୫: ସନରାଇଜର୍ସ ହାଇଦ୍ରାବାଦ୍‌ ବୋଲରଙ୍କ ସହ କେବଳ ଛକା ଓ ଚୌକାରେ କଥାବାର୍ତ୍ତା କରିଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓପନର ଋତୁରାଜ ଗାଏକ୍ୱାଡ ଏବଂ ଡେଭନ କନଓ୍ବେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୌଣସି ବୋଲରଙ୍କୁ କ୍ଷମା ଦେଲେ ନାହିଁ। ଏପରି କି ନିୟମିତ ୧୫୦ରୁ ଊର୍ଦ୍ଧ୍ୱ କିମି ଗତିରେ ବୋଲିଂ କରୁଥିବା ଉମ୍ରାନ ମଲିକ ମଧ୍ୟ ବର୍ତ୍ତି ପାରି ନ ଥିଲେ। ଦୁଇ ଓପନର ୧୭.୫ ଓଭରରେ ୧୮୨ ରନ୍‌ ଯୋଡ଼ିଥିଲେ। ଶତକଠାରୁ ମାତ୍ର ୧ ରନ୍‌ ଦୂରରେ ଥିବା ବେଳେ ଋତୁରାଜ ଦୁର୍ଭାଗ୍ୟବଶତଃ ଭାବେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ସେ ୫୭ ବଲରେ ୯୯ ରନ୍‌ର ପାଳି ଖେଳିଥିଲେ। ତାଙ୍କ ପାଳିରେ ୬ ଲେଖାଏ ଚୌକା ଓ ଛକା ସାମିଲ ଥିଲା। ଏହି ଭାଗୀଦାରିରେ ଦୁଇ ବ୍ୟାଟର ମିଳିତ ଭାବେ ୧୨ ଚୌକା ଓ ୧୦ ଛକା ଲଗାଇଥିଲେ। ତା’ ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(୮), ରବୀନ୍ଦ୍ର ଜାଡେଜା(୧)ଙ୍କ ସହ ମିଶି ଡେଭନ ଦଳୀୟ ସ୍କୋରକୁ ୨୦୨/୨ରେ ପହଞ୍ଚାଇଥିଲେ। କନଓ୍ବେ ୫୫ ବଲରେ ୮୫ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ଇନିଂସରେ ୮ ଚୌକା ଓ ୪ ଛକା ସାମିଲ ଥିଲା। ହାଇଦ୍ରାବାଦ୍‌ ଲାଗି ଟି. ନଟରାଜନ ଦୁଇଟି ଉଇକେଟ ହାତେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.