banner
Breaking

ରାହୁଲ ଟି୨୦ରେ କଲେ ଏହି ରେକର୍ଡ

0

ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୧୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ କଡା ଟକ୍କର ହୋଇଛି। ଲକ୍ଷ୍ନୌ ଅଧିନାୟକ କେଏଲ୍‌ ରାହୁଲ ଜବରଦସ୍ତ ଇନିଂସ ଖେଳି ଅର୍ଦ୍ଧଶତକ କରିଛନ୍ତି। ୫୦ଟି ଅର୍ଦ୍ଧଶତକ କରି ରାହୁଲ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ରାହୁଲ ଟି-୨୦ କ୍ୟାରିଅରରେ ୫୦ଟି ଅର୍ଦ୍ଧଶତକ ପୁରା କରିଛନ୍ତି। ଏଭଳି ରେକର୍ଡ କରିବାରେ ରାହୁଲ ପଞ୍ଚମ ଭାରତୀୟ ହୋଇଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଇନିଂସରେ ରାହୁଲ ୫୦ବଲ୍‌ରେ ୬୮ରନ୍‌ କରିଥିଲେ। ଏହି ସମୟରେ ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ରାହୁଲ ତାଙ୍କ ଦଳ ପାଇଁ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି। ସୂଚନାଯୋଗ୍ୟ, ବିରାଟ କୋହଲି ୩୨୮ ମ୍ୟାଚ୍‌ରେ ୭୬ ଅର୍ଦ୍ଧଶତକ, ରୋହିତ ଶର୍ମା ୩୭୨ ମ୍ୟାଚ୍‌ରେ ୬୯ ଅର୍ଦ୍ଧଶତକ, ଶିଖର ଧାଓ୍ବନ ୩୦୫ ମ୍ୟାଚ୍‌ରେ ୬୩ ଅର୍ଦ୍ଧଶତକ, ସୁରେଶ ରାଏନା ୩୩୬ ମ୍ୟାଚ୍‌ରେ ୫୩ ଅର୍ଦ୍ଧଶତକ କରି ରେକର୍ଡ କରିଛନ୍ତି। ଏହି ତାଲିକାରେ ଏବେ କେଏଲ୍‌ ରାହୁଲ ସାମିଲ ହୋଇଯାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.