banner
Breaking

ଜାଡେଜା ନ°୧ ଟେଷ୍ଟ କ୍ରିକେଟ ଅଲରାଉଣ୍ଡର

0

ଦୁବାଇ,୯।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ଅଲରାଉଣ୍ଡରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ତଥା ମୋହାଲି ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଜାଡେଜାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଏଭଳି ପରିବର୍ତ୍ତନ ଆସିଛି। ମ୍ୟାଚ୍‌ରେ ସେ ୧୭୫ ରନ୍‌ର ଅପରାଜିତ ଇନିଂସ ଖେଳିବା ସହ ଉଭୟ ଇନିଂସରେ ୯ ଉଇକେଟ ନେଇଥିଲେ। ଜାଡେଜାଙ୍କ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଅଧିନାୟକ ଜାସନ ହୋଲ୍ଡର ଶୀର୍ଷରେ ଥିଲେ। ତେବେ ଜାଡେଜା ଦ୍ୱିତୀୟ ଥର ପାଇଁ ଟେଷ୍ଟରେ ଶ୍ରେଷ୍ଠ ଅଲରାଉଣ୍ଡର ମାନ୍ୟତା ହାସଲ କରିଛନ୍ତି। ପୂର୍ବରୁ ୨୦୧୭ରେ ଏକ ସପ୍ତାହ ପାଇଁ ନଂ ୧ ଅଲରାଉଣ୍ଡର ହେବାର ସୌଭାଗ୍ୟ ପାଇଥିଲେ।

“ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳକୁ ମିଳିଥିବା ବୃହତ୍‌ ବିଜୟରେ ଜାଡେଜାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଯାହା ଫଳରେ ସେ ଏମ୍‌ଆରଏଫ୍‌ ଟାୟାର୍ସ ଆଇସିସି ପୁରୁଷ ଟେଷ୍ଟ ଅଲରାଉଣ୍ଡରଙ୍କ ମାନ୍ୟତାରେ ନଂ ୧ ମାନ୍ୟତା ହାସଲ କରିଛନ୍ତି” ବୋଲି ଆଇସିସି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.