banner
Breaking

ପରଲୋକରେ କିମ୍ବଦନ୍ତୀ କ୍ରିକେଟର ଶେନ୍ ଓ୍ବାର୍ନ

0

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର କ୍ରିକେଟ୍‌ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ହୃଦଘାତରେ ଓ୍ବର୍ନଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିଚାଳନା କମ୍ପାନୀ ପକ୍ଷରୁ ଶୁକ୍ରବାର ସଂକ୍ଷିପ୍ତ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି।

ଥାଇଲାଣ୍ଡରେ ନିଜର ଭିଲାରେ ଓ୍ବାର୍ନ ଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରି ନ ଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଓ୍ବାର୍ନଙ୍କ ପରଲୋକ ନେଇ ଖବର ଜଣାପଡ଼ିବା ପରେ ଅଷ୍ଟ୍ରେଲିୟ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.