banner
Breaking

ପୁଣି ଭାରତ ବିଶ୍ବକପ ଚମ୍ପିୟାନ

0

ଆଣ୍ଟିଗୁଆ, ୬|୨: ପୁଣି ଚମ୍ପିୟାନ ହେଲା ଭାରତ।ଭାରତୀୟ ଦଳ ହତେଇଛି ୧୯ ବର୍ଷରୁ କମ୍ ବିଶ୍ୱକପ୍। ଫାଇନାଲରେ ଭାରତ ୪ ଉଇକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଏହି ବୟସ ବର୍ଗରେ ଏହା ହେଉଛି ଭାରତୀୟ ଦଳ ପାଇଁ ୫ମ ଟ୍ରଫି। ପୁରା ଟୁର୍ନାମେଣ୍ଟ ଭଳି ଶନିବାର ଖେଳା ଯାଇଥିବା ମ୍ୟାଚରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କିଛି ଭାରତ ନିୟନ୍ତ୍ରଣରେ ଥିଲା। ପ୍ରଥମେ ରାଜ ବାୱା ଓ ରବି କୁମାରଙ୍କ ଘାତକ ପେସ ବୋଲିଂ ଇଂଲଣ୍ଡର ବ୍ୟାଟିଂ ଲାଇନକୁ ବିଗାଡି ଦେଇଥିଲା। ତା’ ପରେ ୧୯୦ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ବ୍ୟାଟର ହାସଲ କରି ନେଇଥିଲେ।
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରାଜ ବାୱା ଓ ରବି କୁମାରଙ୍କ ଘାତକ ପେସ ବୋଲିଂ ଆଗରେ ଇଂଲଣ୍ଡର ବ୍ୟାଟର ଛିଡା ହୋଇପାରି ନ ଥିଲେ। ମାତ୍ର ୯୧ ରନ ମଧ୍ୟରେ ୭ ଉଇକେଟ୍ ପଡ଼ି ସାରିଥିଲା। ଲାଗୁଥିଲା ଖୁବ୍ ଶୀଘ୍ର ଇଂଲଣ୍ଡର ପାଳି ଶେଷ ହୋଇଯିବ। ମାତ୍ର ଜେମ୍ସ ରିଉ (୯୫ ରନ, ୧୨ ଚୌକା) ଏବଂ ଜେମ୍ସ ସେଲ୍ସ (୩୪*) ୮ମ ଉଇକେଟ୍ ୯୩ ରନ ଯୋଡ଼ିଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ରିଉ ଛକା ମାରିବାକୁ ଉଦ୍ୟମ କରିଥିଲେ। ମାତ୍ର କୌଶଳ ତମ୍ବେଙ୍କ ଚମତ୍କାର କ୍ୟାଚ ସହ ଶେଷ ହୋଇଥିଲା ରିଉଙ୍କ ପାଳି। ସେ ଆଉଟ୍ ହେବାର ଦୁଇ ଓଭର ମଧ୍ୟରେ ଇଂଲଣ୍ଡ ୧୮୯ ରନରେ ଅଲଆଉଟ୍ ହୋଇ ଯାଇଥିଲା। ଭାରତ ପାଇଁ ରବି ୫ ଉଇକେଟ୍ ସଫଳତା ହାସଲ କରିଥିବା ବେଳେ ବାୱା ୪ ଉଇକେଟ୍ ନେଇଥିଲେ।

ଭାରତ ପ୍ରଥମ ଓଭରରେ ହରାଇଥିଲା ଅଙ୍ଗକ୍ରିଶ ରଘୁବଂଶୀଙ୍କ ଉଇକେଟ୍। ଅନ୍ୟତମ ଓପନର ହାରନୁର ଖାନ (୨୧) ମଧ୍ୟ ବିଫଳ ହୋଇଥିଲେ। ତା’ ପରେ ଅଧିନାୟକ ୟଶ ଧୂଲ୍ (୧୭) ଓ ଶେଖ୍ ରଶିଦ୍ (୫୦ ରନ୍, ୬ ଚୌକା)ଙ୍କ ଯୋଡି ଦଳୀୟ ସ୍କୋରକୁ ୧୦୦ ପାଖକୁ ନେଇଥିଲା। ମାତ୍ର କ୍ରମାଗତ ବ୍ୟବଧାନରେ ପଡ଼ିଥିଲା ଦୁହିଁଙ୍କ ଉଇକେଟ୍। ନିଶାନ୍ତ ସିନ୍ଧୁ (୫୦ରନ,୫ ଚୌକା, ୧ ଛକା)ଏବଂ ବାୱା (୩୫ ରନ, ୫ ଚୌକା, ୧ ଛକା)ଙ୍କ ଉପଯୋଗୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ୪୭.୪ ଓଭରରେ ୬ ଉଇକେଟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.