banner
Breaking

ଆଜି ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲ ମ୍ୟାଚ

ଭାରତ ଇ"ଲଣ୍ଡ ଭେଟାଭେଟି

0

ଆଣ୍ଟିଗୁଆ  : ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ୧୯ ବର୍ଷରୁ କମ୍‌ ପୁରୁଷ କ୍ରିକେଟ ବିଶ୍ବକପ ଚର୍ତୁଦଶତମ ସଂସ୍କରଣର ଫାଇନାଲ ମ୍ୟାଚ ଶନିବାର ଦୁଇ ପୂର୍ବ ବିଜେତା ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଆଣ୍ଟିଗୁଆର ବାର୍ବୋଡାସ୍ଥିତ ସାର ଭିଭିଆନ ରିଚାଡର୍ସ ଷ୍ଟାଡ଼ିୟମରେ ଖେଳାଯିବ। ୪ଥର ବିଜେତା ଭାରତ ପଞ୍ଚମ ଥର ପାଇଁ ଟ୍ରଫି ଜିତିବା ଲକ୍ଷ୍ୟ ରଖିଥିବାବେଳେ ୨୪ ବର୍ଷ ପରେ ଫାଇନାଲରେ ପହଞ୍ଚିଥିବା ଇଂଲଣ୍ଡ ଦ୍ବିତୀୟ ଥର ପାଇଁ ବିଜେତା ହେବାର ଲକ୍ଷ୍ୟ ରଖିଛି।
ଅଧିନାୟକ ୟଶ ଧୁଲଙ୍କ ନେତୃତ୍ବାଧିନ ଭାରତ ଅପରାଜୟ ସହ ଫାଇନାଲରେ ପହଞ୍ଚିଛି। ଦଳ ଲିଗ୍‌ ପର୍ଯ୍ୟାୟରେ ଗ୍ରୁପ -ବି ରେ ସ୍ଥାନ ପାଇଥିଲା। ଦଳ ଦକ୍ଷିଣ ଆଫ୍ରିକାକୁ ୪୫ରନରେ, ଆୟର୍ଲାଣ୍ଡକୁ ୧୭୪ରନରେ ଓ ଉଗାଣ୍ଡାକୁ ୩୨୬ ରନରେ‌େ ପରାସ୍ତ କରି ଗ୍ରୁପ ଚମ୍ପିଆନ ହୋଇଥିଲା। କ୍ବାର୍ଟର ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୯୪ରନରେ ପରାସ୍ତ କରି ଅଷ୍ଟମ ଥର ପାଇଁ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ବ୍ୟାଟିଂରେ ଅଧିନାୟକ ୟଶ ଧୁଲ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୨୧୨, ସେକ୍‌ ରସିଦ୍‌ ୧୨୫, ଅଙ୍ଗକ୍ରିଶ ରଘୁବଂଶୀ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୨୭୮, ହାର୍ନୁର ସିଂହ ଗୋଟିଏ ଅର୍ଦ୍ଧଶତକ ସହ ୧୨୦ ରନ, ରାଜ୍‌ ବାୱା ଗୋଟିଏ ଶତକ ସହ ୨୧୭ରନ, ନିଶାନ୍ତ ସିନ୍ଧୁ ୯୦ ରନ କରିଛନ୍ତି। ସବୁଠାରୁ ଉଲ୍ଲେଖନୀୟ ଥିଲା ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଧୁଲ ଓ ରସିଦଙ୍କ ଦ୍ବିଶତକ ଭାଗିଦାରୀ। ସେହିପରି ବୋଲିଂରେ ଦ୍ରୁତ ବୋଲର ଭିକି ଓସ୍ତୁୱାଲ ୧୨ଟି, ନିଶାନ୍ତ ସିନ୍ଧୁ ୬ଟି, ରାଜବର୍ଦ୍ଧନ ହଙ୍ଗାରକର ୫ଟି, ରାଜ୍‌ ବାୱା ୪ଟି ୱିକେଟ ନେଇଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ରବି କୁମାର କ୍ବାର୍ଟର ଫାଇନାଲ ଓ ସେମିଫାଇନାଲରେ ଚମତ୍କାର ବୋଲିଂ କରିଛନ୍ତି। ଯାହା ବିପକ୍ଷ ଇଂଲଣ୍ଡ ପାଇଁ ସତର୍କ ଘଣ୍ଟି ସାଜିଛନ୍ତି। ସେହିପରି ଟମ୍‌ ପ୍ରେଷ୍ଟଙ୍କ ନେତୃତ୍ବାଧିନ ଇଂଲଣ୍ଡ ଲିଗ୍‌ ପର୍ଯ୍ୟାୟରେ ବାଂଲାଦେଶକୁ ୭ ୱିକେଟରେ, କାନାଡାକୁ ୧୦୬ରନରେ, ୟୁଏଇକୁ ୧୮୯ରନରେ ପରାସ୍ତ କରିଥିଲା। କ୍ବାର୍ଟର ଫାଇନାଲରେ ଦଳ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ଓ ସେମିଫାଇନାଲରେ ଆଫଗାନିସ୍ତାନକୁ ୧୫ରନରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ବ୍ୟାଟିଂରେ ଜର୍ଜ ଥୋମାସ, ଜର୍ଜ ବିଥ୍‌ଲି, ଅଧିନାୟକ ଟମ୍‌ ପେଷ୍ଟ ଓ ଜର୍ଜ ବେଲ ମଧ୍ୟ ରନ୍‌ କରୁଛନ୍ତି। ବୋଲିଂରେ ଆହାନ ଅହମ୍ମଦ, ଜୋସୁଆ ବୋଇଡେନ, ଜେମ୍ସ ସେଲ୍‌ସ ଓ ଥୋମାସ ଆସପିନ୍‌ୱାଲ ମଧ୍ୟ ୱିକେଟ ନେଉଛନ୍ତି। ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ ଭାରତ ଆଗରେ ରହିଛି। କିନ୍ତୁ ଇଂଲଣ୍ଡ ଓଲଟପାଲଟ କରିବା ନେଇ ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ।
ଭାରତ ପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଚମ୍ପିଆନ ହୋଇଥିବାବେଳେ‌ ୨୦୦୬, ୨୦୧୬ ଓ ୨୦୨୦ରେ ରନର୍ସଅପ ହୋଇଥିଲା। ସେହିପରି ଇଂଲଣ୍ଡ ୧୯୯୮ରେ ଥରେ ମାତ୍ର ଫାଇନାଲ ଖେଳି ଚମ୍ପିଆନ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.