banner
Breaking

ବିଶ୍ବକପ ଫାଇନାଲରେ ଭାରତ

0

ୱେଷ୍ଟଇଣ୍ଡିଜ୍‌ : ଚାରି ଥର ଚମ୍ପିଆନ୍ ତଥା ଗତଥରର ରନର୍ସଅପ୍ ଭାରତ ୧୯ ବର୍ଷରୁ କମ୍ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଛି । ବୁଧବାର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରି ଭାରତ ଫାଇନାଲ ଖେଳିବା ଯୋଗ୍ୟତା ହାସଲ କରିଛି। ଅଧିନାୟକ ଯଶ ଧୁଲ୍‌ଙ୍କ ଶତକ ଓ ସେକ୍ ରସିଦ୍‌ଙ୍କ ୯୪ ରନ୍‌ ବଳରେ ଭାରତ ଏହି ଚମତ୍କାର ବିଜୟ ହାସଲ କରିଛି। ଫଳରେ ଶନିବାର ଦିନ ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ।

୨୯୧ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ୧୯୪ ରନ କରି ଅଲ ଆଉଟ ହୋଇଥିଲା । ବୁଧବାର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ଅଧିନାୟକ ଯଶ ଧୁଲ୍‌ଙ୍କ ଶତକ ଓ ସେକ୍ ରସିଦ୍‌ଙ୍କ ୯୪ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୫୦ ଓଭର ଶେଷରେ ୫ ୱିକେଟ ହରାଇ ୨୯୦ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ୧୯ ଓଭରରେ ୩ ୱିକେଟ ହରାଇ ୭୭ ରନ୍‌ କରିଥିଲା। ଶେଷ ୩୩ ଓଭରରୁ ଅଷ୍ଟ୍ରେଲିଆ ୨୧୪ ରନ୍‌ ଆବଶ୍ୟକ କରୁଥିବା ବେଳେ ମୋଟ ୧୯୪ ରନ କରି ଅଲ ଆଉଟ ହୋଇଥିଲା । ଅଷ୍ଟ୍ରେଲିଆର କୋରି ମିଲର ସର୍ବାଧିକ ୩୮ ରନ୍‌ ଓ କ୍ୟାମ୍ପବେଲ୍‌ କେଲାୱେ ୩୦ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ଭିକି ଓଷ୍ଟୱାଲ ସର୍ବାଧିକ ୩ ୱିକେଟ ହାସଲ କରିଥିଲେ।
ଟସ୍ ଜିତି ଭାରତୀୟ ୧୯ ବର୍ଷରୁ କମ୍ ଦଳ ବ୍ୟାଟିଂ ନେଇଥିଲା। ମାତ୍ର ୩୭ ରନ୍‌ରେ ଭାରତର ୨ଟି ୱିକେଟ ପଡ଼ିଥିଲା। ଦୁଇ ଓପ୍‌ନର ଆଙ୍ଗ୍‌କ୍ରିସ୍ ରଘୁବଂଶୀ ୬ ଓ ହରନୁର ସିଂହ ୧୬ ରନ୍‌କରି ଆଉଟ ହୋଇଥିଲେ। ପରେ ଯଶ ଧୁଲ୍‌ ଓ ସେକ୍ ରସିଦ୍‌ ଆରମ୍ଭରୁ ଜଗିରଖି ଖେଳି ପରେ ଆକ୍ରମଣ ଆରମ୍ଭ କରିଥିଲେ। ଭାରତ ପ୍ରଥମ ୨୫ ଓଭରରେ ୮୬ ରନ୍‌ କରିଥିବା ବେଳେ ଶେଷ ୨୫ ଓଭରରେ ୨୦୪ ରନ୍‌ କରିଥିଲା। ପୁଣି ଶେଷ ଓଭରରେ ୨୭ ରନ୍‌କୁ ମିଶାଇ ଶେଷ ୧୦ ଓଭରରୁ ଭାରତ ୧୦୮ ରନ୍‌ ନେଇ ପାରିଥିଲା। ଯଶ ଧୁଲ୍‌ ଓ ସେକ୍ ରସିଦ୍‌ ୩୩.୨ ଓଭର କ୍ରିଜ୍‌ରେ ରହି ୩ୟ ୱିକେଟ ପାଇଁ ୨୦୪ ରନ୍‌ ଯୋଡ଼ିଥିଲେ। ଯଶ ଧୁଲ୍‌ ୧୧୦ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ​ଚୌକା ସହ ୧୧୦ ରନ୍‌ କରିଥିଲେ। ସେକ୍‌ ରସିଦ୍‌ ୧୦୮ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୯୪ ରନ୍‌ କରିଥିଲେ। ରାଜ୍ୟବର୍ଦ୍ଧନ ହାଙ୍ଗରଗେକର ୧୩ ଓ ନିଶାନ୍ତ ସିନ୍ଧୁ ଅପରାଜିତ ୧୨ ରନ୍‌ କରିଥିବା ବେଳେ ଦିନେଶ ବନା ୪ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌କରି ଅପରାଜିତ ଥିଲେ। ଜ୍ୟାକ୍‌ ନିସ୍‌ବେଟ୍‌ ଓ ୱିଲିୟମ୍‌ ସାଲ୍‌ଜମ୍ୟାନ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଯଶ ଧୁଲ୍‌ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.