ଓଡିଶାରେ ଅଧିକ କ୍ରିକେଟପ୍ରମୀ ଦୁଇ ଘଣ୍ଟାରେ ଶେଷହେଲା ଅନ୍ ଲାଇନ୍ ଟିକେଟ।

କଟକ,୫/୧୨: ଓଡିଶାରେ କ୍ରିକେଟର ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି। ଆସନ୍ତା ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଦିନିକିଆ ମ୍ୟାଚ୍ । ଆଜି ମ୍ୟାଚ୍ ପାଇଁ ଅନଲାଇନରେ ଟିକଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ଏକ ଘଣ୍ଟାରେ ସମସ୍ତ ଟିକଟ ଶେଷ ହୋଇଯାଇଛି। ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ ଆଜି ଦର୍ଶକଙ୍କ ପାଇଁ ଅନ୍‌ଲାଇନ୍‌ରେ ​ମୋଟ ୮୧୫୦ଟି ଟିକଟ ବିକ୍ରି ପାଇଁ ଥିବା ବେଳେ ମାତ୍ର ଘଣ୍ଟାଏ ମଧ୍ୟରେ ସମସ୍ତ ଟିକଟ ଶେଷ ହୋଇଯାଇଛି। ଅନ୍‌ଲାଇନ୍ ଟିକଟ ବୁକ୍ କରିଥିବା ଦର୍ଶକ ସେମାନଙ୍କ ଭାଉଚର ଦେଖାଇ ଡିସେମ୍ବର ୧୯, ୨୦ ଓ ୨୧- ୩ ଦିନ ଧରି କେମ୍ବ୍ରିଜ୍ ସ୍କୁଲ୍‌ ପରିସରରୁ ଟିକଟ ସଂଗ୍ରହ କରିପାରିବେ

ଏହି ମ୍ୟାଚ୍ ପାଇଁ ୨ଟି ୱେବ୍‌ସାଇଟ୍‌ରୁ ଅନ୍‌ଲାଇନ୍ ଟିକଟ ବୁକିଂ ବ୍ୟବସ୍ଥା ଥିଲା। ଏହି ୨ଟି ୱେବ୍‌ସାଇଟ୍‌ ହେଲା www.paytm.com ଓ www.insider.in। ଏହି ୨ଟି ୱେବ୍‌ସାଇଟ୍‌ ସହ paytm ଆପ୍ ଓ insider.in ଆପ୍ ଦ୍ବାରା ମଧ୍ୟ ଅନ୍‌ଲାଇଟ୍‌ ଟିକଟ ବୁକିଂ କରିଥିଲେ ଦର୍ଶକ। ଚଳିତ ବର୍ଷ ସାମୁଦ୍ରିକ ଝଡ ଫଣି ଯୋଗୁଁ  ବାରବାଟୀ ଷ୍ଟାଡିୟମର ୭ନଂ ଗ୍ୟାଲେରୀ କ୍ଷତିଗ୍ରସ୍ତ ହୋଇଥିବାରୁ ମ୍ୟାଚ୍ ସମୟରେ ଏହା ଖାଲି ରହିବ। ଫଳରେ ଷ୍ଟାଡିୟମ୍‌ରେ ପ୍ରାୟ ସାଢ଼େ ୩୮ ହଜାର ଆସନ ରହିବ। ଏଥିରୁ ୮୧୫୦ଟି ଟିକଟ ଅନ୍‌ଲାଇନ୍‌ରେ ଏବଂ ବାକି ଷ୍ଟାଡିୟମ୍‌ର ଏକାଧିକ କାଉଣ୍ଟରରେ ବିକ୍ରି କରାଯିବ। କାଉଣ୍ଟରରେ ୧୯ରୁ ଟିକଟ ବିକ୍ରି କରାଯିବ। ​ତେବେ କାଉଣ୍ଟରରେ କେତେ ସଂଖ୍ୟକ ଟିକଟ ମିଳିବ; ତାହା ସ୍ପଷ୍ଟ ହୋଇନାହିଁ।