banner
Breaking

ସେମିଫାଇନାଲରେ ଆଫଗାନିସ୍ତାନ

0

ଆଣ୍ଟିଗୁଆ,୨୮।୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବିପର୍ଯ୍ୟୟ ଘଟାଇ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ। ଗୁରୁବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ କ୍ୱାର୍ଟର ଫାଇନାଲରେ ୧୩୪ ରନ୍‌ର ଛୋଟିଆ ଟାର୍ଗେଟକୁ ଡିଫେଣ୍ଡ କରି ଦେଖାଇଛନ୍ତି ଆଫଗାନିସ୍ତାନ ବୋଲରମାନେ। ଏହି ଦଳ ଆସନ୍ତା ୧ ତାରିଖରେ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରି ଏକଦା ୨୪ ରନ୍‌ରେ କୌଣସି ଉଇକେଟ ହରାଇ ନ ଥିବା ଆଫଗାନିସ୍ତାନ ୨ ରନ୍‌ ମଧ୍ୟରେ ୪ ଉଇକେଟ ହରାଇ ଥିଲା। ଏଭଳି ସଙ୍କଟ ଜନକ ପରିସ୍ଥିତିରୁ ଦଳକୁ ଉଦ୍ଧାର କରିଥିଲେ ଆଲା ନୁର ଓ ଅବଦୁଲ ହାଦି। ସେମାନେ ମାତ୍ର ୪୭ ରନ୍‌ ଯୋଡ଼ି ପାରି ଥିଲେ। ପରେ ନିମ୍ନକ୍ରମର ବ୍ୟାଟରଙ୍କ ଯୋଗୁ ଦଳୀୟ ସ୍କୋର ୧୦୦ ଡେଇଁ ଥିଲା। ୧୩୨ ରନ୍‌ରେ ୭ ଉଇକେଟ ହରାଇଥିବା ଆଫଗାନିସ୍ତାନ ଅଲଆଉଟ୍‌ ହୋଇଯାଇଥିଲା ୧୩୪ରେ। ଶ୍ରୀଲଙ୍କା ପାଇଁ ବିନୁଜା ରାନପଲ ୯.୧ ଓଭରରେ ୧୦ ରନ୍‌ ଦେଇ ୫ ଉଇକେଟ ନେଇଥିଲେ।

କିନ୍ତୁ ୧୩୫ ରନ୍‌ର ଛୋଟିଆ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଶ୍ରୀଲଙ୍କାକୁ କଦାପି ମ୍ୟାଚ୍‌ରେ ରଖେଇ ଦେଇ ନ ଥିଲେ ଆଫଗାନିସ୍ତାନ ବୋଲର। ଶ୍ରୀଲଙ୍କା ୨ ରନ୍‌ ମଧ୍ୟରେ ପ୍ରଥମ, ୨୦ ରନ୍‌ରେ ୩ୟ, ୩୦ରେ ୫ମ ଉଇକେଟ ହରାଇଥିଲା। ୧୮ ଓଭର ସୁଦ୍ଧା ଦଳ ୪୩ ରନ୍‌ରେ ୭ ଉଇକେଟ ହରାଇ ବିଜୟ ଆଶା ହରାଇ ସାରିଥିଲା। ଶ୍ରୀଲଙ୍କାର ୬ ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଏଭଳି ସ୍ଥିତିରେ କ୍ୟାପଟେନ ଦୁନିଥ ଓ୍ବେଲାଲାଗେ(୩୪) ୯ମ କ୍ରମରେ ବ୍ୟାଟିଂ ଆସିଥିବା ରବୀନ ଡେ ସିଲଭା(୨୧)ଙ୍କ ସହ ମିଶି ୨୩ ଓଭର ଖେଳି ଦଳୀୟ ସ୍କୋରକୁ ୧୧୨ରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ଉଇକେଟ ପଡ଼ିବାର ୫ ଓଭର ମଧ୍ୟରେ ଶ୍ରୀଲଙ୍କା ୧୩୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.