banner
Breaking

ବଦଳି ପାରେ ଶ୍ରାଲଙ୍କା କାର୍ଯ୍ୟସୂଚୀ

0

ନୂଆଦିଲ୍ଲୀ,୨୬।୧: ଶ୍ରୀଲଙ୍କା କ୍ରିକେଟ ଦଳର ଆଗାମୀ ଭାରତ ଗସ୍ତ କାର୍ଯ୍ୟସୂଚୀରେ ସମ୍ଭବତଃ ପରିବର୍ତ୍ତନ ହୋଇପାରେ। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଗସ୍ତ ଦୁଇଟି ଟେଷ୍ଟ ମ୍ୟାଚ୍‌ ସହ ଆରମ୍ଭ ହେବାର ଥିଲା। ପରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳାଯାଇଥାନ୍ତା। କିନ୍ତୁ ଏହି ଗସ୍ତ ଟି୨୦ ସିରିଜ୍‌ ସହ ଆରମ୍ଭ ହୋଇପାରେ। ଏଥିଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅନୁରୋଧ କରିଛି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)।

“ଟେଷ୍ଟ ପରିବର୍ତ୍ତେ ଟି୨୦ ସିରିଜ୍‌ରୁ ଗସ୍ତ ଆରମ୍ଭ କରିବାକୁ ବିସିସିଆଇକୁ ଅନୁରୋଧ କରିଛି ଏସ୍‌ଏଲ୍‌ସି। ଭାରତ ଆସିବା ପୂର୍ବରୁ ଅଷ୍ଟ୍ରେଲିଆ ସହ ଏକ ଟି୨୦ ସିରିଜ୍‌ ଖେଳିବ ଶ୍ରୀଲଙ୍କା। ପୂର୍ବରୁ ବବଲରେ ଥିବା ଖେଳାଳିଙ୍କୁ ପ୍ରଥମେ ପଠାଇବା ସେମାନଙ୍କ ପାଇଁ ସହଜ ହେବ” ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି।

ଯଦି ବିସିସିଆଇ ଏହି ଅନୁରୋଧକୁ ରଖା କରେ, ତେବେ ଟେଷ୍ଟ ସିରିଜ୍‌ ଲାଗି ଭେନ୍ୟୁ ଚୟନ କରିବାକୁ ବିସିସିଆଇକୁ ଯଥେଷ୍ଟ ସମୟ ମିଳିବ। ଦେଶରେ କୋଭିଡ୍‌-୧୯ ପରିସ୍ଥିତି କାରଣରୁ ଟେଷ୍ଟ ସିରିଜ୍‌ ଲାଗି ଭେନ୍ୟୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ କରାଯାଇନାହିଁ।

କାର୍ଯ୍ୟସୂଚୀ ଅନୁଯାୟୀ, ଟି୨୦ ସିରିଜ୍‌ର ୩ ମ୍ୟାଚ୍‌ ମୋହାଲି, ଧର୍ମଶାଲା ଓ ଲକ୍ଷ୍ନୌରେ ଖେଳାଯିବାର ଅଛି। ସେହିଭଳି ଦୁଇଟି ଟେଷ୍ଟ ମ୍ୟାଚ୍‌ ବେଙ୍ଗାଲୁରୁ ଓ ମୋହାଲିରେ ଖେଳାଯିବାର ସମ୍ଭାବନା ଅଛି।

Khansweb Solution Bhubaneswar

Leave A Reply

Your email address will not be published.