banner
Breaking

ଦ୍ବିତୀୟ ଟେଷ୍ଟ ହାରିଲା ଭାରତ

0

ଜୋହାନ୍ସବର୍ଗ,୬।୧: ଯଶ୍ରପୀତ ବୁମରା, ମହମ୍ମଦ ଶାମି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ତାରାକା ଖଚ୍ଚିତ ବୋଲରଙ୍କ ଉପସ୍ଥିତି ଭାରତକୁ ନ୍ୟୁ ଇୟର ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅଧିନାୟକ ଡିନ ଏଲଗାରଙ୍କ ଅପରାଜିତ ୯୬ ରନ୍‌ର ପାଳି ଯୋଗୁ ଦକ୍ଷିଣ ଆଫ୍ରିକା ୭ ଉଇକେଟରେ ଦ୍ୱିତୀୟ ଟେଷ୍ଟକୁ ଜିତି ନେଇଛି। ମ୍ୟାଚ୍‌ର ଏଭଳି ଫଳାଫଳ ଯୋଗୁ ୧-୧ର ବରାବର ସ୍ଥିତିରେ ଛିଡ଼ା ହୋଇଛି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌। ଏହି ପରାଜୟ ସହ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ସ୍ତରରେ ଲୋକେଶ ରାହୁଲଙ୍କ ନେତୃତ୍ୱ କ୍ୟାରିୟର।

ପ୍ରଥମ ଇନିଂସରେ ଭାରତ ୨୦୨ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୨୨୯ ରନ୍‌ କରିଥିଲା। ୨୭ ରନ୍‌ରେ ପଛୁଆ ଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୨୬୬ ରନ୍‌ କରି ଘରୋଇ ଦଳ ଆଘରେ ୨୪୦ ରନ୍‌ର ଟାର୍ଗେଟ ଛିଡ଼ା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.