banner
Breaking

ଆଜିଠାରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ

0

ଜୋହାନସବର୍ଗ,୩/୧(ବ୍ୟୁରୋ) : ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଚଳିତ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ଟେଷ୍ଟ ମ୍ୟାଚ ସୋମବାରଠାରୁ ଜୋହାନସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମ ଖେଳାଯିବ। ନୂତନ ବର୍ଷରେ ଏହା ଭାରତର ପ୍ରଥମ ଟେଷ୍ଟ ମ୍ୟାଚ ହେବ। ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ସେଞ୍ଚୁରିଅନରେ ଖେଳା ଯାଇଥିବା ପ୍ରଥମ ମ୍ୟାଚକୁ ଭାରତ ୧୧୩ରନରେ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଭ୍ରମଣକାରୀ ବିରାଟ ବାହିନୀ ନିକଟରେ ଜୋହାନସବର୍ଗରେ ଇତିହାସ ସୃଷ୍ଟି କରିବା ନେଇ ସୁଯୋଗ ରହିଥିବାବେଳେ ଘରୋଇ ଦଳ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।

ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ(ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଶ୍ରେୟାଶ ଆୟର, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ସାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ସାହା(ୱିକେଟରକ୍ଷକ), ଜୟନ୍ତ ଯାଦବ, ପ୍ରିୟଙ୍କ ପଞ୍ଚାଲ, ଉମେଶ ଯାଦବ, ହନୁମା ବିହାରୀ, ଇଶାନ୍ତ ଶର୍ମା।

Khansweb Solution Bhubaneswar

Leave A Reply

Your email address will not be published.