banner
Breaking

ପଟିଆ ପ୍ରିମିଅର ଲିଗ୍ (ପିପିଏଲ) ଉଦଯାପିତ

0

ଭୁବନେଶ୍ୱର,୧ା୧-ପଟିଆ ଗଡ ପକ୍ଷରୁ ଆୟୋଜିତ ପଟିଆ ପ୍ରିମିଅର ଲିଗ (ପିପିଏଲ) ସଟ୍ ବାଉଣ୍ଡରୀ ଟେନିସ ବଲ କ୍ରିକେଟ
ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ପଟିଆ ଟାଇଗରକୁ ହରାଇ ପଟିଆ ଫାୟାର ବଲ ଚମ୍ପିୟନ ହୋଇଛି । ଦୀର୍ଘ ଚାରିଦିନ ଧରି ୬ ଟି ଦଳ ମଧ୍ୟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଆଜି
ଫାଇନାଲ ମ୍ୟାଚ ପଟିଆ ଟାଇଗର ଓ ପଟିଆ ଫାୟାର ବଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପଟିଆ ଟାଇଗର ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୩ଟି ଓ୍ବିକେଟ ହରାଇ ୬୬ ରନ ସଂଗ୍ରହ କରିଥିଲା ଜବାବରେ ଫାୟାର ବଲ ଦୁଇ ଓ୍ବିକେଟ ବିନିମୟରେ ୬୭ ରନ କରି ମ୍ୟାଚ ଜିତି ନେଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଚମ୍ପିୟାନ ଦଳକୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ
କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ତ୍ରୈଲୋକ୍ୟ ରାଉତ,ଚିକୁ ରାୟ, ହିମାଂଶୁ ଦାସ ପ୍ରମୁଖ ଯୋଗଦେଇଥିଲେ । ୬ ଟି ଦଳର ଓନର ନିର୍ମଳ ମହାରଣା,ମିଲନ ରାଉତ,ୟଶବନ୍ତ ସାମଲ,ସୁବାଷ ପରିଡା, ବିଦ୍ୟାଧର ମହାରଣା
ଓ ବାସୁଦେବ ଜେନା ଉପସ୍ଥିତ ଥିଲେ ।
ସାଗର ରାଉତ,ନିର୍ମଳ ରାଉତ, ଲିପୁ ଜେନା, ଆନ ଜେନା ପରିଚାଳନା କରିଥିଲାବେଳେ ପଟିଆ ଗଡର ସମସ୍ତ କ୍ରିଡାବିତ ମାନେ ସହେଯାଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.