banner
Breaking

ଭାରତର ବୃହତ ବିଜୟ

0

ସେଞ୍ଚୁରିୟନ୍‌,୩୦।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଗୁରୁବାର ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି। ଓପନର୍‌ କେ.ଏଲ ରାହୁଲଙ୍କ ଏକ ଶତକ ଯୋଗୁ ଭାରତ ପ୍ରଥମ ଇନିଂସରେ ୩୨୭ ରନ ସ୍କୋର କରିବା ପରେ ୧୯୭ ରନରେ ଆୟୋଜକଙ୍କ ଅଲଆଉଟ୍‌ କରିଥିଲା। ଏହା ପରେ ସେ ଦ୍ୱିତୀୟ ଇନିଂସରେ ୧୭୪ ରନ ସ୍କୋର କରି ଦକ୍ଷିଣ ଆଫ୍ରିକାକୁ ୩୦୫ ରନର ଲକ୍ଷ୍ୟ ଦେଇଥିଲେ। ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା ଦଳ କେବଳ ୧୯୧ ରନ ସ୍କୋର କରିପାରିଥିଲା। ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ମଧ୍ୟ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।
ଏହି ବିଜୟ ସହିତ ଭାରତୀୟ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ସେଞ୍ଚୁରିୟନର ସୁପରପୋର୍ଟ ପାର୍କରେ ଟେଷ୍ଟ ଜିତିଥିବା ପ୍ରଥମ ଏସୀୟ ଦଳ ମଧ୍ୟ ହୋଇଛି।ଏହାପୂର୍ବରୁ ଭାରତ ଏହି ଗ୍ରାଉଣ୍ଡରେ ୨ଟି ଟେଷ୍ଟ ମ୍ୟାଚ ଖେଳିଥିଲା କିନ୍ତୁ ତାଙ୍କୁ ଉଭୟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେଞ୍ଚୁରିୟନରେ ଏପର୍ଯ୍ୟନ୍ତ କେବଳ ଇଂଲଣ୍ଡ (୨୦୦୦ ଏବଂ ୨୦୧୬) ଏବଂ ଅଷ୍ଟ୍ରେଲିଆ (୨୦୧୪) ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଦଳକୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି।
ଦୁନିଆର ନଅ ବିଦେଶୀ ଦଳ ସେଞ୍ଚୁରିୟନରେ ଅତି କମରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ କିନ୍ତୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବ୍ୟତୀତ କେହି ଏଠାରେ ବିଜୟ ହାସଲ କରିପାରି ନ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.