banner
Breaking

୧୯ ବର୍ଷରୁ କମ୍ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

0

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଜାନୁୟାରୀ ୧୪ରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ କାରିବିୟାନ ଦେଶ(ଓ୍ବେଷ୍ଟଇଣ୍ଡିଜ)ରେ ହେବାକୁ ଯାଉଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ଏଥିଲାଗି ରବିବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦିଲ୍ଲୀ ବ୍ୟାଟର ୟଶ ଧୂଲଙ୍କୁ ଦିଆଯାଇଛି ଏହି ଦଳର ନେତୃତ୍ୱଭାର। ୪ ଥର ଚାମ୍ପିୟନ ଭାରତୀୟ ଦଳ ସହ ଗ୍ରୁପ୍‌ ବି’ରେ ଦକ୍ଷିଣ ଆଫ୍ରିକା, ଆୟରଲାଣ୍ଡ ଓ ଉଗାଣ୍ଡା ଭଳି ଦଳ ରହିଛି।

ପୂର୍ବରୁ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ଭାରତୀୟ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ ଧୂଲ। ତାଙ୍କୁ ଉପ ଅଧିନାୟକ ଭାବେ ଆନ୍ଧ୍ରାର ଶେଖ ରଶିଦ ସହଯୋଗ କରିବେ। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ୧୪ତମ ସଂସ୍କରଣରେ ଟ୍ରଫି ପାଇଁ ୧୬ଟି ଦଳ ଖେଳିବେ। ପୂରା ଟୁର୍ନାମେଣ୍ଟରେ ୪୮ ମ୍ୟାଚ୍‌ ଖେଳାଯିବ। ସର୍ବାଧିକ ୪ ଥର (୨୦୦୦, ୨୦୦୮, ୨୦୧୨ ଓ ୨୦୧୮) ଟାଇଟଲ ଜିତିଥିବା ଭାରତ ୨୦୧୬ ଏବଂ ୨୦୨୦ରେ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା।

ଡାହାଣହାତୀ ବ୍ୟାଟର ଧୂଲ ଜଣେ ମଧ୍ୟକ୍ରମର ବ୍ୟାଟର। ଚଳିତ ବର୍ଷ ବିନୁ ମଙ୍କଡ଼ ଟ୍ରଫିରେ ସେ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ। ଦିଲ୍ଲୀ ଡିଷ୍ଟ୍ରିକ୍ଟ ଓ କ୍ରିକେଟ ଆସୋସିଏଶନ (ଡିଡିସିଏ) ପାଇଁ ସେ ୫ ମ୍ୟାଚ୍‌ରେ ୭୫.୫୦ ହାରରେ ୩୦୨ ରନ୍‌ କରିଥିଲେ। ଏଥିଯୋଗୁ ବିରାଟ କୋହଲିଙ୍କ ପରେ ଦିଲ୍ଲୀର ଦ୍ୱିତୀୟ ଖେଳାଳି ଭାବେ ଧୁଲ ବିଭିନ୍ନ ବୟସ ବର୍ଗରେ ଭାରତୀୟ ଦଳର ନେତୃତ୍ୱ ନେବାର ଗୌରବ ନିଜ ନାମରେ କରିବାକୁ ଯାଉଛନ୍ତି। ସେ ପୂର୍ବରୁ ୧୬ ବର୍ଷ, ୧୯ ବର୍ଷ ଓ ଇଣ୍ଡିଏ ଏ’ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ।

ଭାରତୀୟ ଦଳ : ୟଶ ଧୂଲ (ଅଧିନାୟକ), ହାରନୁର ସିଂ, ଅଙ୍ଗକ୍ରିଶ ରଘୁବଂଶୀ, ଶେଖ ରଶିଦ (ଉପଅଧିନରାୟକ), ନିଶାନ୍ତ ସିନ୍ଧୁ, ସିଦ୍ଧାର୍ଥ ଯାଦବ, ଅନୀଶ୍ୱର ଗୌତମ, ଦୀନେଶ ବାନା, ଆରାଧ୍ୟ ଯାଦବ (ଉଇକେଟକିପର), ରାଜ ଅଙ୍ଗଦ ବାଓ୍ବା, ମାନବ ପାରାଖ, କୌଶଲ ତାମ୍ବେ, ଆର୍‌ ଏସ୍‌ ହାଙ୍ଗାର୍ଗେକର, ବାସୁ ଭଟ୍ସ, ଭିକି ଓସ୍ତ୍ବାଲ, ରବି କୁମାର, ଗର୍ବ ସାଙ୍ଗଓ୍ବାନ।

Khansweb Solution Bhubaneswar

Leave A Reply

Your email address will not be published.