banner
Breaking

୧୦ ଓ୍ବିକେଟ ନେଲେ ଏଜାଜ

0

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସମସ୍ତ ୧୦ ଉଇକେଟ ହାସଲ କରିଛନ୍ତି। ଏଭଳି ସଫଳତା ପାଇବାରେ ସେ ବିଶ୍ୱର ୩ୟ ବୋଲର। ସେ ଏବେ ଇଂଲଣ୍ଡର ଜିମ ଲେକର ଓ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେଙ୍କ ଭଳି ମହାନ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି।

ଭାରତ ବିପକ୍ଷ ମୁମ୍ବାଇ ଟେଷ୍ଟର ପ୍ରଥମ ଦିନରେ ୪ ଉଇକେଟ ନେଇଥିବା ଏଜାଜ ଦ୍ୱିତୀୟ ଦିନରେ ଶତକ ହାସଲକାରୀ ମୟଙ୍କ ଅଗ୍ରଓ୍ବାଲଙ୍କ ସମେତ ୬ ଉଇକେଟ ହାତେଇଥିଲେ। ସେ ୪୭.୫ ଓଭରରେ ୧୧୯ ରନ୍‌ ଖର୍ଚ୍ଚ କରି ନେଇଥିଲେ ୧୦ ଉଇକେଟ।

ଏଥିପୂର୍ବରୁ ୧୯୫୬ରେ ଓଲ୍ଡ ଟ୍ରାଫର୍ଡର ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୧୦ ଉଇକେଟ ନେଇଥିଲେ ଜିମ ଲେକର। ଏପରିକି ସେହି ମ୍ୟାଚ୍‌ରେ ସେ ମୋଟ ୧୯ ଉଇକେଟ ହାତେଇଥିଲେ। ପ୍ରଥମ ଇନିଂସରେ ୩୭ ରନ୍‌ ଦେଇ ୯ ଉଇକେଟ ନେଇଥିବା ବେଳେ ଦ୍ୱିତୀୟ ପାଳିରେ ୫୩ ରନ୍‌ରେ ୧୦ ଉଇକେଟ ହାସଲ କରିଥିଲେ।

ଅନିଲ କୁମ୍ବଲେଙ୍କ ୧୦ ଉଇକେଟ ଆସିଥିଲା ନୂଆଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମ(ଏବେ ଅରୁଣ ଜେଟଲି ଷ୍ଟାଡିୟମ)ରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ। ସେ ଦ୍ୱିତୀୟ ଇନିଂସରେ ୭୪ ରନ୍‌ ବ୍ୟୟ କରି ୧୦ ଉଇକେଟ ହାସଲ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.