banner
Breaking

ଆସନ୍ତାକାଲି ଭାରତ ବାଙ୍ଗଲାଦେଶ ଟି-୨୦ ଲଢେଇ।

0

ନାଗପୁର,୯/୧୧(ଓଡ଼ିଆ ନ୍ୟୁଜ) : ଆସନ୍ତାକାଲି ମହାରାଷ୍ଟ୍ରର ନାଗପୁର ସହରରେ ଥିବା ଭିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ଶେଷ ମ୍ୟାଚ ଖେଳାଯିବ। ଭିସିଏ ଷ୍ଟାଡିୟମରେ ଏକକାଳିନ ୪୫ହଜାର ଦର୍ଶକ ବସି ଖେଳ ଦେଖିପାରିବାର ସୁବିଧା ଥିବାରୁ ଏହି ମ୍ୟାଚର ରୋମାଞ୍ଚକର ହେବ। ସନ୍ଧ୍ୟା ୭ଟା ସମୟରେ ଏହି ମ୍ୟାଚ ଆରମ୍ଭ ହେବ। ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ଦଳ ଗୋଟିଏ ଗୋଟିଏ ଲେଖାଏରେ ବିଜୟୀ ହୋଇଛନ୍ତି। ଫଳରେ ସିରିଜ ୧-୧ରେ ବରାବର ସ୍ଥିତିରେ ରହିଛି। ତେବେ ଏହି ମ୍ୟାଚକୁ ଜିତିବା ପାଇଁ ଉଭୟ ଦଳ ପ୍ରୟାସ ଜାରି ରଖିବେ।
ଏହି ମ୍ୟାଚର ସିଧାପ୍ରସାରଣ ଷ୍ଟାର ସ୍ପୋଟସ ଚ୍ୟାନେଲ ମାଧ୍ୟମରେ ପ୍ରସାରିତ ହେବ। ଏହାର ଲାଇଭ ଷ୍ଟ୍ରିମିଙ୍ଗ୍ ହଟଷ୍ଟାରରେ ଦେଖିପାରିବେ।

Khansweb Solution Bhubaneswar

Leave A Reply

Your email address will not be published.