banner
Breaking

ଦିନିକିଆ ସିରିଜ୍ ଜିତିଲା ବା°ଲାଦେଶ।

0

ଢାକା, ୨୬।୫-ମୁଶ୍‌ଫିକର ରହିମଙ୍କ ଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ବାଂଲାଦେଶ ମଙ୍ଗଳବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୧୦୩ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୪୮.୧ ଓଭରରେ ୨୪୬ ରନ କରି ସମସ୍ତ ଉଇକେଟ ହରାଇଥିଲା। ଜବାବରେ ଶ୍ରୀଲଙ୍କା ୩୮ ଓଭରରେ ୯ ଉଇକେଟ ହରାଇ୧୨୬ ରନ କରିଥିବାବେଳେ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ଡକଓ୍ବର୍ଥ-ଲୁଇସ୍‌ ପଦ୍ଧତି ଅବଲମ୍ବନ କରାଯାଇଥିଲା। ୪୦ ଓଭରରେ ୨୪୫ ରନ ଟାର୍ଗେଟ ଦିଆଯାଇଥିବାବେଳେ ଶ୍ରୀଲଙ୍କା ୯ ଉଇକେଟରେ ୧୪୧ ରନ କରି ପାରିଥିଲା। ଫଳରେ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୨ଟି ଦିନିକିଆ ଜିତି ସିରିଜ ବିଜୟୀ ହୋଇଛି।
ରହିମଙ୍କ ଶତକ
ଶେର ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ରହିମଙ୍କ ଶତକ ସତ୍ତ୍ୱେ ପୂରା ୫୦ ଓଭର ଖେଳିପାରି ନ ଥିଲା। ରହିମ ୧୨୭ ବଲ୍‌ରୁ ୧୦ ଚୌକା ସହାୟତାରେ ସର୍ବାଧିକ ୧୨୫ ରନ ସଂଗ୍ରହ କରିଥିଲେ। ମହମୁଦୁଲ୍ଲା ଦ୍ୱିତୀୟ ସର୍ବାଧିକ ୪୧(୧ ଚୌକା, ୨ ଛକା) ରନ କରିବାକୁ ସକ୍ଷମ ହୋଇଥିଲେ। ଶ୍ରୀଲଙ୍କା ବୋଲରଙ୍କ ମଧ୍ୟରେ ଦୁଷ୍ମନ୍ତ ଚାମିରା ଓ ଲକ୍ଷଣ ସନ୍ଦକନ ୩ଟି ଲେଖାଏ, ଇସୁରୁ ଉଡାନା ୨ଟି ଏବଂ ଓ୍ବାନିନ୍ଦୁ ହସରଙ୍ଗା ଗୋଟିଏ ଉଇକେଟ ନେଇଥିଲେ। ୨୪୭ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ପରାଜୟ ବରଣ କରିଥିଲା। କୌଣସି ଉଇକେଟରେ ବଡ଼ ପାର୍ଟନରଶିପ୍‌ ହୋଇ ନ ପାରିବା ଦଳପାଇଁ ମହଙ୍ଗା ପଡ଼ିଥିଲା। ଓପନର ଦନୁସ୍କା ଗୁଣତିଳକା ସର୍ବାଧିକ ୨୪ ରନ କରିଥିଲେ। ବାଂଲାଦେଶ ପକ୍ଷରୁ ପ୍ରାୟ ସମସ୍ତ ବୋଲର ପ୍ରଭାବୀ ବୋଲିଂ କରିଥିଲେ। ମେହିଦି ହାସନ ମିରାଜ ଓ ମୁସ୍ତାଫିଜୁର ରହମନ ୩ଟି ଲେଖାଏ, ଶାକିବ ଅଲ ହାସନ ୨ଟି ଏବଂ ସୋରିଫୁଲ ଇସଲାମ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୪୮.୧ ଓଭରରେ ୨୪୬/ଅଲଆଉଟ(ମୁଶ୍‌ଫିକର ରହିମ-୧୨୫, ମହମୁଦୁଲ୍ଲା-୪୧, ଦୁଷ୍ମନ୍ତ ଚାମିରା-୩/୪୪, ଲକ୍ଷଣ ସନ୍ଦକନ-୩/୫୪, ଇସୁରୁ ଉଡାନା-୨/୪୯, ଓ୍ବାନିନ୍ଦୁ ହସରଙ୍ଗା-୧/୩୩)। ଶ୍ରୀଲଙ୍କା ୪୦ ଓଭରରେ ୧୪୧/୯ (ଦନୁସ୍କା ଗୁଣତିଳକା-୨୪, ମେହିଦି ହାସନ-୩/୨୮, ମୁସ୍ତାଫିଜୁର ରହମନ-୩/୧୬, ଶାକିବ ଅଲ ହାସନ-୨/୩୮, ସୋରିଫୁଲ ଇସଲାମ-୧/୩୦)।

Khansweb Solution Bhubaneswar

Leave A Reply

Your email address will not be published.